ଜାତୀୟ

ପୋଲିସ ଏନକାଉଣ୍ଟରରେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଜଣେ ସୁଟର ନିହତ, ୩ ଯବାନ ଆହତ

ଅଟାରୀ: ପାକିସ୍ତାନ ସୀମାବର୍ତ୍ତି ପଞ୍ଜାବର ଏକ ଗାଁରେ ପୋଲିସ ଫୋର୍ସ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର  ସୁଟରମାନଙ୍କୁ ଘେରିଛି। ଏଥିରେ ପୋଲିସ ଏନକାଉଣ୍ଟରରେ ଜଣେ ସୁଟର ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଘେରାବନ୍ଦୀରେ ରହିଛି। ଉଭୟ ପଟରୁ ଗୁଳି ବିନିମୟରେ ୩ ଜଣ ପୋଲିସ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟର ପାକିସ୍ତାନ ସୀମାକୁ ଲାଗି ରହିଥିବା ଅମୃତସର ଜିଲ୍ଲାର ଅଟାରୀର ଚିଚା ଭକାନା ଗାଁରେ ଚାଲିଛି।

ପୋଲିସ ଏନକାଉଣ୍ଟରରେ ନିହତ ସୁଟରର ଚିହ୍ନଟ ହୋଇଛି। ମୃତକ ଜଗରୂପ ରୂପା ବୋଲି କୁହାଯାଉଛି। ଜଗରୂପ ରୂପା ଓ ମନପ୍ରିତ ମନ୍ନୁ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ୨ ଫେରାର ସୁଟର ବୋଲି କୁହାଯାଉଛି। ସେମାନେ ଚିଚା ଭକନା ଗାଁର ଏକ ପୁରୁଣା ବିଲ୍ଡିଂରେ ଆତ୍ମଗୋପନ କରିଥିବାର ପୋଲିସକୁ ସୂଚନା ମିଳିଥିଲା। ସେହି ଅନୁସାରେ ପୋଲିସ ସେମାନଙ୍କୁ ଆତ୍ମ ସମର୍ପଣ ଲାଗି ଉଦ୍ୟମ କରାଇବା ବେଳେ ପୋଲିସ ସହ ଗୁଳି ବିନିମୟ ହୋଇଛି।

ପୋଲିସ ସମଗ୍ର ଅଞ୍ଚଳକୁ ସିଲ କରି ରଖିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜଗରୂପ ରୂପା ଓ ମନପ୍ରିତ ମନ୍ନୁ ଉଭୟ ତରନତାରନର ବାସିନ୍ଦା ଓ ସେମାନେ ସିଦ୍ଧୁ ମୁସେୱାଲା ହତ୍ୟାରେ ସାମିଲ ଥିଲେ। ଉଭୟ ସାର୍ପ ସୁଟର ଫେରାର ଥିବା ବେଳେ ସେମାନେ ଚିଚା ଭକନାରେ ଆତ୍ମଗୋପନ କରିଥିବାର ସୂଚନା ମିଳିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com