ଜାତୀୟମନୋରଞ୍ଜନ

ଜାହ୍ନବୀ କପୁରଙ୍କୁ ଅଭିନେତ୍ରୀ କରିବାକୁ ଚାହୁଁନଥିଲେ ଶ୍ରୀଦେବୀ, ଝିଅକୁ ନେଇ ଦେଖିଥିଲେ ଏମିତି କିଛି ସ୍ୱପ୍ନ

ମୁମ୍ୱାଇ() ଜାହ୍ନବୀ କପୁର । ବର୍ତ୍ତମାନ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ । ଆଜି ଯଦି ତାଙ୍କ ମାଆ ଏବଂ ବଲିଉଡର ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ଜୀବିତ ଥାଆନ୍ତେ, ତେବେ ସେ ତାଙ୍କ ଝିଅର ସଫଳତା ପାଇଁ ଗର୍ବିତ ହୋଇଥାନ୍ତେ । ଯଦିଓ ଶ୍ରୀଦେବୀ ଚାହୁଁ ନଥିଲେ ଯେ ତାଙ୍କ ଝିଅ ଅଭିନେତ୍ରୀ ହୁଅନ୍ତୁ । କିନ୍ତୁ ତାଙ୍କ ଝିଅ ବିଷୟରେ ଦେଖିଥିଲେ ଭିନ୍ନ ଏକ ସ୍ୱପ୍ନ । ଖୁବ୍ ଶୀଘ୍ର ଜାହ୍ନବୀ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ତେଣୁ ଆସନ୍ତୁ ଜାଣିବା ଝିଅକୁ ନେଇ ଶ୍ରୀଦେବୀଙ୍କର କଣ ଥିଲା ସ୍ୱପ୍ନ ।

ଶ୍ରୀଦେବୀ-ବୋନିଙ୍କ ଲାଡଲି ଜାହ୍ନବୀ:
ଯେତେବେଳେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ଶ୍ରୀଦେବୀଙ୍କ କୋଳକୁ ଆସିଥିଲେ ଜାହ୍ନବୀ କପୁର । ସତେ ଯେପରି ତାଙ୍କ ଘରେ ଖସିପଡିଥିଲା ସୁଖର ପାହାଡ । ପ୍ରତ୍ୟେକ ପିତାମାତାଙ୍କ ପରି, ସେମାନଙ୍କର ଛୋଟ ଝିଅ ବିଷୟରେ ସେମାନଙ୍କର କିଛି ବିଶେଷ ସ୍ୱପ୍ନ ଥିଲା ।

ବାପା ବୋନି ଭାବୁଥିଲେ ଯେ ଝିଅ ଯାହା ଚାହିଁବ, ସେ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ରହିବେ । କିନ୍ତୁ ଶ୍ରୀଦେବୀ ତାହା ଚାହୁଁ ନଥିଲେ । ସେ ଚାହଁନଥିଲେ ଯେ, ଝିଅ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଅଂଶ ହୁଅନ୍ତୁ । ଜାହ୍ନବୀ କପୁର ଜ୍ନନେବା ପରଠାରୁ ଘରେ ଏକ ଚଳଚ୍ଚିତ୍ର ପରିବେଶ ପାଇଥିଲେ । ସେଥିପାଇଁ ସେ ବଡ ହେବାପରେ ଅଭିନେତ୍ରୀ ହେବାର ସ୍ୱପ୍ନକୁ ସାକାର କରିବାକୁ ଲାଗିଥିଲେ ।

ଶ୍ରୀଦେବୀ ଚାହୁଁଥିଲେ ଜାହ୍ନବୀ ଡାକ୍ତର ହେଉ:
ଜାହ୍ନବୀ କପୁରଙ୍କ ସ୍ୱପ୍ନ ବିଷୟରେ ବୋନି କପୁରଙ୍କ କୌଣସି ଆପତ୍ତି ନଥିଲା । କିନ୍ତୁ ମାଆ ଶ୍ରୀଦେବୀ, ଯିଏ ନିଜେ ଏହି ବଲିଉଡରର ଅଂଶ ଥିଲେ, ସେ ତାଙ୍କ ଝିଅକୁ ଏକ ଭିନ୍ନ କରିବା ଅର୍ଥାତ୍ ଡାକ୍ତର କରିବାକୁ ଚାହୁଁଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଦେବୀ ସର୍ବଦା ଚାହୁଁଥିଲେ ଯେ ତାଙ୍କ ଝିଅ ବହୁତ ପାଠ ପଢୁ ଭଲ ନାଁ ରଖୁ ।
ଜାହ୍ନବୀଙ୍କୁ ଧଡକରେ ଦେଖିପାରିନଥିଲେ ଶ୍ରୀଦେବୀ:
ଜାହ୍ନବୀ ତାଙ୍କ ସ୍ୱପ୍ନ ପୂରଣ କରିଛନ୍ତି । ଇଣ୍ଡଷ୍ଟ୍ରୀରେ ସେ ଏବେ ଜଣାଶୁଣା ବା ଆଗଧାଡିର ନାୟିକା ହିସାବରେ ଗଣା । ଫିଲ୍ମ ‘ଧଡକ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଜାହ୍ନବୀ ‘ଗୁଞ୍ଜନ ସକସେନା’ ଦ କାରଗିଲ ଗର୍ଲରେ କରିଥିଲେ ଦମଦାର ଆକ୍ଟି । ଆଉ ତାଙ୍କ ଆକ୍ଟିଂ ଜଣାଇଥିଲେ ଯେ, ତାଙ୍କ ରକ୍ତରେ ରହିଛି କଳାର ଯାଦୁ । ଧର୍ମା ପ୍ରଡକ୍ସନର ଫିଲ୍ମ ଧଡକରେ ନିଜ ଝିଅକୁ ଦେଖିବା ପୂର୍ବରୁ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମା’ଙ୍କ ବିୟୋଗରେ ଜାହ୍ନବୀ ଏତେ ଦୁଃଖିତ ଥିଲେ ଯେ ଫିଲ୍ମ ରିଲିଜ ହେବା ପରେ ତାଙ୍କୁ କରତାଳି ଦିଆଯାଉଥିଲା କିନ୍ତୁ ସେ ତାଙ୍କ ମା’ଙ୍କୁ ବହୁତ ମିସ କରୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com