ଜାତୀୟ

ଭେନେଜୁଏଲାରେ ଖଣି ଭୁଶୁଡ଼ି ୨୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି

ଭେନେଜୁଏଲାରେ ଖଣି ଭୁଶୁଡ଼ି ୨୦ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଶ୍ରମିକ ଏବେ ବି ଖଣି ଭିତରେ ଫସି ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ସୁନା ଖଣିରେ ଖୋଳିବା ସମୟରେ ଏହି ଘଟଣା ଘଟିଥିଲା। ‘ବୁଲା ଲୋକା’ ଖଣିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ନାଗରିକ ସୁରକ୍ଷା ଡେପୁଟି ମନ୍ତ୍ରୀ କାର୍ଲୋସ ପେରେଜ ଏମ୍ପୁଏଡା ଟୁଇଟରରେ ଏହି ଘଟଣାର ଏକ ଭିଡିଓ ଜାରି କରିଛନ୍ତି।

Related Articles

Back to top button