Featuredଜାତୀୟରାଜନୀତି

ମୋତେ ସଂସଦରେ କହିବାକୁ ସୁଯୋଗ ମିଳିନପାରେ: ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସଂସଦରେ ଲଗାତର ହଙ୍ଗାମା ହେବାରେ ଲାଗିଛି । ନିକଟରେ ଲଣ୍ଡନରେ ଦିଆଯାଇଥିବା ଭାରତର ଲୋକତନ୍ତ୍ର ନେଇ ତାଙ୍କର ଟିପ୍ପଣୀକୁ ବିରୋଧ କରାଯାଉଛି । ସରକାରଙ୍କ ତରଫରୁ ତାଙ୍କୁ ଘେରାଯାଉଛି । ବିଜେପି ପକ୍ଷରୁ ରାହୁଲ କ୍ଷମାମାଗନ୍ତୁ ବୋଲି ଦାବି କରାଯାଉଛି । ତେବେ ଏହାରି ଭିତରେ ଉତ୍ତର ରଖିଛନ୍ତି ନିଜେ ରାହୁଲ ଗାନ୍ଧୀ । ପ୍ରେସମିଟ କରି ସେ କହିଛନ୍ତି, ମୋତେ ଆଶା ରହିଛି ଯେ କାଲି କହିବାର ସୁଯୋଗ ମିଳିବ । ତେବେ ଏହା ମଧ୍ୟ ହୋଇନପାରେ ।

ସେ କହିଛନ୍ତି, କିଛି ଦିନ ପୂର୍ବେ ନରେନ୍ଦ୍ର ମୋଦୀ ଏବଂ ଆଦାନୀଙ୍କ ବାବଦରେ ମୁଁ ଯେଉଁ ପ୍ରଶ୍ନ ପଚାରି ଥିଲି ତାକୁ ସଂସଦର କାର୍ଯ୍ୟକ୍ରମରୁ ହଟାଇଦିଆଯାଇଥିଲା । ଏହି ସବୁ କଥାକୁ ମୁଁ ଲୋକଙ୍କ ଆଗରେ ରଖିଛି । ସେହି ଭାଷଣରେ ଏଭଳି କିଛି ନଥିଲା ଯାହାକୁ ସାର୍ବଜନୀନ ରେକର୍ଡରେ ନାହିଁ । ସରକାରୀ ଆଦାନୀଙ୍କୁ ଡରୁଛନ୍ତି ସେଥିପାଇଁ ଏଭଳି କାମ କରୁଛନ୍ତି ।
ରାହୁଲ ଆହୁରି ମଧ୍ୟ କହିଛନ୍ତି, ମୋତେ ଲାଗୁଛି ସଂସଦରେ ମୋତେ କହିବାକୁ ସୁଯୋଗ ମିଳିନପାରେ । ଚାରିଜଣ ମନ୍ତ୍ରୀ ମୋ ବାବଦରେ ଅଭିଯୋଗ ଲଗାଇଛନ୍ତି ତେଣୁ ଏବାବଦରେ ଜବାବ ଦେବା ମୋ ଦାୟିତ୍ୱ । ମୁଁ ଲୋକସଭା ବାଚସ୍ପତିଙ୍କ ପାଖରେ ଅନୁରୋଧ କରିଛି ଯେ ମୋତେ କହିବାକୁ ସୁଯୋଗ ମିଳୁ । ସରକାର ଯାହା କରୁଛନ୍ତି ତାହା ଆଦାନୀ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com