![](https://i0.wp.com/odia.mobilenews24x7.com/wp-content/uploads/2022/06/6846920c-57eb-4f61-b08c-733916cff6f1.jpg?resize=780%2C470&ssl=1)
ମୁମ୍ବାଇ: କରୀନା କପୁର ଦୀର୍ଘ ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଆସିଥିଲେ । କିନ୍ତୁ ଖୁବ୍ ଶୀଘ୍ର ତାଙ୍କୁ ପରଦାରେ ଦେଖିବାକୁ ମିଳିବ । ସୁଜୋ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମରେ କରୀନା OTT ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଏହାର ଟାଇଟଲ୍ ସ୍ଥିର ହୋଇନାହିଁ। ବର୍ତ୍ତମାନ, ଖବର ଆସିଛି ଫିଲ୍ମର ସୁଟିଂ ଶେଷ ହୋଇଛି । କରୀନା ତାଙ୍କ OTT ଡେବ୍ୟୁ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଶୁଟିଂ ଶେଷ ହେବା ସହିତ ସେ ସେଟରୁ କିଛି ଫଟୋ ସେୟାର କରିଛନ୍ତି। ସେହି ଫଟୋରେ ଫିଲ୍ମର କାଷ୍ଟ ଏବଂ କ୍ରୁଙ୍କ ସହ କରୀନାଙ୍କ ସ୍ୱାମୀ ସୈଫ୍ ଅଲ୍ଲି ଖାନ ଏବଂ ପୁଅ ତୈମୁର ମଧ୍ୟ ନଜର ଆସିଛନ୍ତି ।
View this post on Instagram