Breaking NewsFeaturedରାଜନୀତି

ଉତ୍ତର ପ୍ରଦେଶ ପାଇଁ ପୁରୁଣା ଫର୍ମୁଲାରେ କଂଗ୍ରେସର ନୂଆ ରଣନୀତି, ଦେଖନ୍ତୁ

ଅଖିଲେଶ-ରାହୁଲ ଭାଇ-ଭାଇ । ଉତ୍ତର ପ୍ରଦେଶରେ ପୁଣି ଦେଖିବାକୁ ମିଳିବ ଏହି ନାରା । ଯାହାର ଆଭାସ ମିଳିଗଲାଣି । ପ୍ରଥମେ କହିରଖୁଛୁ ଯେ ୧୫ ମାର୍ଚ୍ଚ ୨୦୧୨, ମାତ୍ର ୩୮ବର୍ଷ ବୟସରେ ୟୁପିର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଏକ ରେକର୍ଡ କରିଥିଲେ ଅଖିଳେଶ ଯାଦବ । ଆଉ ଏହାର ବର୍ଷକ ପରର ଏକ ଘଟଣା । ୨୦୧୩ ଅଗଷ୍ଟ ୭, ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ହଠାତ୍ ରେନଗାଓଁ ନିର୍ବାଚନ ମଣ୍ଡଳୀର ଏକ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସେଠାରେ ଶିକ୍ଷା ପରିବେଶ, ମିଡ୍ ଡେ ମିଲ୍ ଆଦି ବିଷୟ ଅନୁଧ୍ୟାନ କରିବା ସହ ପିଲାଙ୍କ ସହ ପାଠପଢ଼ା ନେଇ କରିଥିଲେ ଆଲୋଚନା । ଯେତେବେଳେ ଅଖିଳେଶ ପଚାରିଥିଲେ ମୋତେ କିଏ ଚିହ୍ନିଛ? ଅନେକ ପିଲା ହାତ ଉପରକୁ କରିଥିଲେ, ଆଉ ଉତ୍ତର ମିଳିଥିଲା- ଆପ୍ ତୋ ରାହୁଲ ଗାନ୍ଧି ହୈ! ବାସ୍ ଏହି ଘଟଣା ସେତେବେଳେ ବଡ଼ ଚର୍ଚ୍ଚାର କାରଣ ପାଲଟିଥିଲା । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଚେହେରାରେ କେତେ ତାଳମେଳ ରହୁଛି ଅଲଗା କଥା, ରାଜନୀତିକ କ୍ଷେତ୍ରରେ ଦୁହେଁ ଭାଇ-ଭାଇ ବୋଲି ନାରା ବେଶ୍ ଚାଲିଥିଲା । ତେବେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମହାମେଣ୍ଟ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଥିବାବେଳେ ୟୁପିରେ ପୁଣି ଅଖିଳେଶ-ରାହୁଲ ଭାଇ ଭାଇ ନାରା ଶୁଣିବାକୁ ମିଳିବ ବୋଲି ଆଲୋଚନା ଜୋର ଧରିଲାଣି । ଆସନ୍ତୁ ଏହା ଉପରେ ନଜର ପକାଇବା…

ମୋଟ ୮୦ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ଲୋକସଭା ଆସନ । ୨୦୦୪ରେ ସମାଜବାଦୀ ପାର୍ଟି ବା ଏସପି ୩୫ ଆସନ ହାତେଇଥିବାବେଳେ ବହୁଜନ ସମାଜବାଦୀ ପାର୍ଟି ୧୯, ବିଜେପି ୧୦ ଏବଂ କଂଗ୍ରେସ ଖାତାକୁ ଯାଇଥିଲା ୯ଟି ଆସନ । ସେହିପରି ୨୦୦୯ରେ ଏସପିର ଆସନ ସଂଖ୍ୟା କମି ୨୩ରେ ପହଞ୍ôଚଥିବାବେଳେ କଂଗ୍ରେସ ଭଲ କରିଥିଲା ରିଜଲ୍ଟ । ୨୧ଟି ଲୋକସଭା ଆସନରେ କଂଗ୍ରେସର ବିଜୟ ହୋଇଥିଲା । ୨୦୧୪ ନିର୍ବାଚନରେ ଉଭୟ ଏସପି ଓ କଂଗ୍ରେସର ସ୍ଥିତି ଆହୁରି ଖରାପସ୍ତରକୁ ଆସିଯାଇଥିଲା ଏବଂ ୨୦୧୯ରେ ମଧ୍ୟ ଉଭୟ ଦଳ ନିଜ ସ୍ଥିତି ସଜାଡ଼ି ପାରିନାହାନ୍ତି । ତେଣୁ ଆଗାମୀ ନିର୍ବାଚନ ପାଇଁ ବିରୋଧୀ ମହାମେଣ୍ଟରେ ଏସପି ଓ ବିଏସପିକୁ ସକ୍ରିୟ ସାମିଲ୍ କରିବାକୁ କଂଗ୍ରେସ ନେତୃମଣ୍ଡଳୀ ପ୍ରସ୍ତାବ ଦେଇସାରିଲେଣି । ଖାଲି ଏତିକି ନୁହେଁ ନିକଟରେ ଉତ୍ତରପ୍ରଦେଶ କଂଗ୍ରେସ ପକ୍ଷରୁ ହୋଇଯାଇଛି ମିଳିତ ବୈଠକ ।

ୟୁପି କଂଗ୍ରେସ ନେତାମାନଙ୍କ କହିବା ହେଲା ସମାଜବାଦୀ ପାର୍ଟି (ଏସପି) ଏବଂ ବହୁଜନ ସମାଜ ପାର୍ଟି (ବିଏସପି)କୁ ମହାମେଣ୍ଟରେ ଅନ୍ତର୍ଭୁକ୍ତ କରାଯାଉ। ଏଥି ସହିତ ମିଳିତ ମହାମେଣ୍ଟ ଅଧୀନରେ ବହୁ ସଂଖ୍ୟକ ଆସନରେ ନିର୍ବାଚନ ଲଢିବ ବୋଲି କଂଗ୍ରେସ ନେତୃତ୍ୱ ନିଶ୍ଚିତ କରିଛନ୍ତି। ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କେସି ଭେଣୁଗୋପାଲ, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ସାମିଲ୍ ହୋଇଥିଲେ। ବୈଠକ ପରେ ଖଡ଼ଗେ କହିଛନ୍ତି ଯେ ଜନସାଧାରଣଙ୍କ ମୁଦ୍ଦା ଆମ ପାଇଁ ପ୍ରାଥମିକତା। ଆମେ ବିଜେପିର ଜନ ବିରୋଧୀ ନୀତିର ଖୁଲାସା ଜାରି ରଖିବୁ। ସେହିପରି କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ କହିଛନ୍ତି ଯେ ବୈଠକରେ ସଂଗଠନକୁ ମଜଭୁତ କରିବା ସହ ବିସ୍ତାର ପାଇଁ ଆଲୋଚନା ହୋଇଛି। ଆମେ ଗାଁରୁ ଗାଁକୁ ଏବଂ ସହରକୁ ଯାଇ ଦଳୀୟ ସଂଗଠନକୁ ମଜଭୁତ କରିବୁ। ସେପଟେ ୟୁପି କଂଗ୍ରେସ ବୈଠକରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ନେତୃବୃନ୍ଦ। ଏଠାରେ କହିରଖୁଛୁ ଯେ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ଆମେଥି ଆସନରୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com