କ୍ରୀଡ଼ା

ପଡିଆକୁ ଓହ୍ଲାଇବା ମାତ୍ରେ ଆଉ ଏକ ରେକର୍ଡ କରିବେ ରୋହିତ ଶର୍ମା, ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇବେ

ଧର୍ମଶାଳା() ଭାରତର ଅଧିନାୟକ ରୋହିତ ଶର୍ମା ଏକ ବଡ ରେକର୍ଡ ନିଜ ନାମରେ କରିବାକୁ ଯାଉଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ମଇଦାନକୁ ଓହ୍ଲାଇବା ମାତ୍ରେ ରୋହିତ ବିଶ୍ଵରେ ସବୁଠୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ରେକର୍ଡ ନିଜ ନାମରେ କରିବେ।

ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ମ୍ୟାଚ୍ ଖେଳିବାର ରେକର୍ଡ ଏ ପର୍ଯ୍ୟନ୍ତ ପାକିସ୍ତାନର ବରିଷ୍ଠ ଖେଳାଳି ସୋଏବ ମଲିକଙ୍କ ନାମରେ ରହିଛି। ସେ ୧୨୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ରୋହିତ ଶର୍ମା ସମାନ ସଂଖ୍ୟକ ମ୍ୟାଚ୍ ଖେଳି ତାଙ୍କ ରେକର୍ଡର ସମକକ୍ଷ ହୋଇ ସାରିଛନ୍ତି। ଆଜିର ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବା ମାତ୍ରେ ରୋହିତ ଶର୍ମା ସର୍ବାଧିକ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିବାର ବିଶ୍ଵ ରେକର୍ଡ କରିବେ।

ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ରୋହିତ ଶର୍ମା ଟି-୨୦ ଅନ୍ତରାଷ୍ଟ୍ରୀୟରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ କରିଥିଲେ। ଏଥିସହ ତାଙ୍କର ଏଜର ଏବେ ସର୍ବାଧିକ ୫୦ରୁ ଉର୍ଦ୍ଧ୍ଵ ରନ କରିବାର ରେକର୍ଡ ଉପରେ ରହିଛି। ବର୍ତ୍ତମାନ ରୋହିତ ଏବଂ ବିରାଟ କୋହଲି ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com