ଜାତୀୟରାଜନୀତି

ନୀତୀଶଙ୍କୁ ‘ଧ୍ରୁତରାଷ୍ଟ୍ର’ କହିଲେ ଜେଡିୟୁରୁ ବହିଷ୍କୃତ ନେତା, ବିହାରରେ ଆରମ୍ଭ କରିବେ ‘ପାର୍ଟି ଛୋଡୋ’ କ୍ୟାମ୍ପେନ

ପାଟନା: ଦଳ ବିରୋଧୀ କାର୍ଯ୍ୟ ପାଇଁ ଜେଡିୟୁରୁ ବହିଷ୍କୃତ ନେତାଙ୍କ ନୀତୀଶଙ୍କୁ କୁମାରଙ୍କୁ ଖୋଲା ଚ୍ୟାଲେଞ୍ଜ । ସାରା ରାଜ୍ୟରେ ପାର୍ଟି ଛୋଡୋ ଆନ୍ଦୋଳନ କରିବା ନେଇ ଘୋଷଣା କରିଛନ୍ତି ଜେଡିୟୁର ପୂର୍ବତନ ମୁଖପାତ୍ର ଜିତେନ୍ଦ୍ର ନୀରଜ। ଉଲ୍ଲେଖଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଜିତେନ୍ଦ୍ରଙ୍କ ସହ ଅନ୍ୟ ତିନି ଜଣଙ୍କୁ ଦଳରୁ ବିଦା କରିଥିଲା ଜେଡିୟୁ ।

ବିହାର ଜେଡିୟୁ ଅଧ୍ୟକ୍ଷ ଉମେଶ କୁଶୱାହ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନୀରଜଙ୍କୁ ଗତ ଜୁନ ୧୪ ତାରିଖରେ ଦଳରୁ ବହିଷ୍କାର କରିଥିଲେ । ଦଳରୁ ବହିଷ୍କାର ହେବା ପରେ ଏବେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ।

ନୀରଜ କହିଛନ୍ତି, ‘ବିହାର ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ପାଲଟିଛନ୍ତି । ବହିଷ୍କାର କରିବା ପୂର୍ବରୁ ଦଳ ପକ୍ଷରୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ନଥିଲା । ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି । ଆମେ ଦଳର ତୃଣମୂଳସ୍ତରର କର୍ମୀ, ଦଳକୁ ମଜବୁତ କରିବା ପାଇଁ ଆମେ ସବୁବେଳେ କାମ କରି ଆସୁଥିଲୁ। ଆମେ ‘ପାର୍ଟି ଜୋଡୋ’ରେ ବିଶ୍ୱାସ କରି କାମ କରୁଥିଲୁ କିନ୍ତୁ ଏବେ ‘ପାର୍ଟି ଛୋଡୋ’ କ୍ୟାମ୍ପେନ ଆରମ୍ଭ କରିବୁ’।

ଉଲ୍ଲେଖଯୋଗ୍ୟ ଯେ, ଅଜୟ ଆଲୋକ, ରାଜ୍ୟ ସାଧାରଣ ସମ୍ପାଦକ ଅନିଲ କୁମାର ଏବଂ ବିପିନ କୁମାର ଯାଦବ ଏବଂ ଜିତେନ୍ଦ୍ର ନୀରଜଙ୍କୁ ଜେଡିୟୁ ବହିଷ୍କାର କରିଥିଲା । ଦଳରୁ ବହିଷ୍କାର ହୋଇଥିବା ଏହି ସବୁ ନେତା କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ଘନିଷ୍ଠ ହୋଇଥିବା ଜଣାପଡିଛି ।

Related Articles

Back to top button