ବିଜ୍ଞାନ ଓ ପ୍ରଯୁକ୍ତି

ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ମନା

ପୁରୀ, ୦୮/୧୨/୨୦୨୨ –   ମନ୍ଦିର କମାଣ୍ଡରଙ୍କୁ ବାଦ୍ ଦେଲେ ଅନ୍ୟ କେହି ବି ପୁରୀ ଶ୍ରୀମନ୍ଦିର ମଧ୍ୟକୁ ସ୍ମାର୍ଟ ଫୋନ ନେଇ ପାରିବେ ନାହିଁ । ଏଭଳି ଏକ କଡା କଟକଣା ଜାରି କରାଯାଇଛି । ନିକଟରେ ରତ୍ନ ବେଦୀର ଫଟୋ ସହ ଡ୍ରୋନ କ୍ୟାମେରାରେ ଶ୍ରୀମନ୍ଦିର ପରିସର ଦୃଶ୍ୟ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିଲା । କଟକଣା ସତ୍ତ୍ୱେ କିଭଳି ଫଟୋ ବାହାରକୁ ଆସିଲା ସେନେଇ ପ୍ରଶ୍ନ ହେବା ସହ ପ୍ରଶାସନର ପାରିଲା ପଣିଆ ନେଇ ଲୋକେ ଆଙ୍ଗୁଠି ଉଠାଇଥିଲେ ।

ଛତିଶା ନିଯୋଗ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ସହ ଏହାକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରିବାକୁ ନଷ୍ପତ୍ତି ନିଆ ଯାଇଥିଲା । ବୈଠକରେ ଏଥିପାଇଁ କଡ଼ା କଟକଣା ଲଗାଇବାକୁ ସ୍ଥିର କରା ଯାଇଥିଲା । ପରେ ପ୍ରଶାସନ ଛତିଶାନିଯୋଗ ବୈଠକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାପାଇଁ କଡା ଆଭିମୁଖ୍ୟ ନେଇଛନ୍ତି । ଏଣିକି କୌଣସି ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ଭିତରକୁ କ୍ୟାମେରାଯୁକ୍ତ ଫୋନ ନେଇପାରିବେ ନାହିଁ । ତେବେ ଶ୍ରୀମନ୍ଦିରରେ ନିୟୋଜିତ ସେବାୟତ, ଜେଟିପି, ସୁରକ୍ଷାକର୍ମୀ, ଶ୍ରୀମନ୍ଦିର କର୍ମଚାରୀ ସମସ୍ତେ କିପ୍ୟାଡ୍ ଫୋନ ନେଇପାରିବେ । ଆସନ୍ତା ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ହେବ । ଏହି ବୈଠକରେ ଏ ନେଇ ମୋହର ବାଜିବ ବୋଲି ଜଣାପଡ଼ିବ ।

Related Articles

Back to top button
WP Twitter Auto Publish Powered By : XYZScripts.com