Featuredଓଡ଼ିଶାରାଜନୀତି

ବିଜେଡିରେ ଏବେ ହଲ୍ଲାବୋଲ, ନବୀନଙ୍କୁ ଭେଟିଲେ ବରିଷ୍ଠ ନେତା

ଭୁବନେଶ୍ୱର: ସସ୍ମିତଙ୍କ ୱାକଫ୍ ଭୋଟ ପରେ ଏବେ ଟଳମଳ ବିଜେଡି । କେଉଁଠି ସାଂସଦଙ୍କ ଭିତରେ ଫାଟ ତ ଆଉ କେଉଁଠି ନେତା ନେତା ଭିତରେ ବିବାଦ । ଯାହା ଏବେ ସ୍ପଷ୍ଟ ବାରି ହୋଇ ପଡିଛି । ଫଳରେ ଏନେଇ ହଲଚଲ ହୋଇଯାଇଛି ବିଜେଡି ଶିବିର । ଦଳରେ କିଛି ଠିକ୍ ନାହିଁ ବୋଲି ମତ ଦେଲେଣି ସମୀକ୍ଷକ । ଏହାରି ଭିତରେ ଏବେ ଚଳଚଂଚଳ ହୋଇଛି ନବୀନ ନିବାସ । ଲାଗିଛି ବରିଷ୍ଠଙ୍କ ମେଳି । ଜଣଙ୍କ ପରେ ଜେଣେ ବଡ ବଡ ନେତା ପହଂଚୁଛନ୍ତି । ନବୀନଙ୍କୁ ଭେଟିଛନ୍ତି ପ୍ରସନ୍ନ ଆଚାର୍ୟ୍ୟ, ଅନଙ୍ଗ ଉଦୟ ସିଂଦେଓ, କଳିକେଶ ନାରାୟଣ ସିଂଦେଓ ପ୍ରମୁଖ ନେତା । ଆଉ ଦଳର ସ୍ଥିତି ନେଇ ସୁପ୍ରିମୋଙ୍କ ସହ କରିଛନ୍ତି ଆଲୋଚନା । କାରଣ ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ । ଗତକାଲି ଏନେଇ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ ମୁନ୍ନା ଖାଁ । ସାଂସଦ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ଭୋଟ୍ ଦେବା ଏବଂ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଉଠିଛି ଝଡ଼।

Related Articles

Back to top button
WP Twitter Auto Publish Powered By : XYZScripts.com