ଓଡ଼ିଶା

ଜାଗର ଯାତ୍ରା ଦେଖିବାକୁ ଯାଇଥିଲେ ଦିବ୍ୟାଙ୍ଗ ଯୁବକ, କୁଶେଇ ନଦୀ ଗଣ୍ତରେ ପଡି ଜୀବନ ହାରିଲେ

ରାମଚନ୍ଦ୍ରପୁର() କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଦେଓଗାଁ କୁଶଳେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଜାଗର ମେଳା ଦେଖିବାକୁ ଆସି ଆଉ ଘରକୁ ଫେରିନଥିଲେ ଜଣେ ଭିନ୍ନକ୍ଷମ ଯୁବକ। ଆଜି ସକାଳୁ ନଦୀକୂଳରୁ ସ୍ଥାନୀୟ ଲୋକେ ମୃତଦେହ ଠାବ କରିଛନ୍ତି। ଯାଜପୁର ଜିଲ୍ଲା ଟମକା ଥାନା ବାଙ୍ଗରକୋଟା ଗାଁର ପ୍ରଶାନ୍ତ ବଳ (୪୨) ଗତକାଲି କୁଶେଇ ନଦୀ ପାର ହୋଇ ଦେଓଗାଁ ଜାଗର ମେଳା ଦେଖିବାକୁ ଆସିଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଘରକୁ ନଫେରିବାରୁ ପରିବାର ଲୋକେ ମେଳାରେ ବହୁତ ଖୋଜାଖୋଜି କରି ନିରାସ ହୋଇଥିଲେ। ହେଲେ ଆଜି ସକାଳୁ କୁଶେଇ ନଦୀକୂଳରୁ ମୃତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିବା ପରେ ପରିବାର ଲୋକ ପ୍ରଶାନ୍ତକୁ ଚିହ୍ନଟ କରିଥିଲେ।

ତେବେ ସମ୍ପୃକ୍ତ ନଦୀରୁ ବେଆଇନ ଭାବେ ବାଲି ମାଫିଆମାନେ ଶହଶହ ବାଲି ଟ୍ରିପ ଚାଲାଣ କରୁଥିବା ବେଳେ ନଦୀରେ ଗଭୀର ଗାତ ସୃଷ୍ଟି ହୋଇଛି, ଫଳରେ ଅନେକ ସମୟରେ ଏହି ଘଳିଆରେ ପଡି ଗୋରୁ ଗାଈ ସହ ମୂଲ୍ୟବାନ ଜୀବନ ଯାଉଛି। ପ୍ରଶାସନିକ ସ୍ତରରେ ଏସବୁ ପ୍ରତି ଦୃଷ୍ଟି ଦେବା ସହିତ ମୃତକ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com