ଓଡ଼ିଶା

ସ୍ତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ସ୍ୱାମୀ ବିରୋଧ କରିବାରୁ ଆକ୍ରମଣ

ସୁନ୍ଦରଗଡ଼() ସ୍ତ୍ରୀଙ୍କୁ ବଳାତ୍କାର ଉଦ୍ୟମ। ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ଦିନ ଦି’ପହରରେ ଏପରି ଆକ୍ରମଣ ହୋଇଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ୯ ଜଣ ଯୁବକଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

କୁତ୍ରା ଥାନାର ପଦ୍ମିନୀ(ଛଦ୍ମନାମ) ଘରେ ଏକା ଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କେତେକ ଯୁବକ ପଦ୍ମିନୀଙ୍କ ଘରକୁ ଆସି ତାଙ୍କ ସ୍ୱାମୀଙ୍କୁ ଖୋଜି ଥିଲେ। ମାତ୍ର ପାଇନଥିଲେ। ଏହା ପରେ ଯୁବକମାନେ ପଦ୍ମିନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସ୍ୱାମୀ ଚାଲି ଆସି ସେମାନଙ୍କୁ ବିରୋଧ କରିଥିଲେ। ଦୁର୍ବୃତ୍ତମାନେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ।

ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଏହା ପରେ ପଦ୍ମିନୀ ତାଙ୍କ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସେପଟେ ପଦ୍ମିନୀ ଏନେଇ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ୯ରୁ ଅଧିକ ଯୁବକଙ୍କ ନାଁରେ ଆଇପିସି ୧୮୬୦ ଧାରା ୧୪୭, ୧୪୮, ୩୪୧, ୩୫୪, ୩୫୪-ବି, ୩୧୫, ୩୨୩, ୩୨୬, ୩୦୭, ୧୪୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିନାହିଁ।

ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com