Featuredଓଡ଼ିଶାଶିକ୍ଷା

ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ଡକାୟତ କହିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ UPSCରେ ନିଯୁକ୍ତି ପାଉଥିବା ଅଧିକାରୀଙ୍କୁ ଡକାୟତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଭିଭାଷଣରେ ବିଶ୍ବେଶ୍ବର କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ । ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି । କିନ୍ତୁ ଏବେ ଭାବୁଛି ସେମାନେ ବଡ଼ ଡକାୟତ ।

ସ୍କୁଲ ଛାତ୍ରଙ୍କୁ ଏଭଳି ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କି ଶିକ୍ଷା ଦେଉଛନ୍ତି ? ସବୁ ପିଲାଙ୍କ ମନରେ ସ୍ବପ୍ନ ଥାଏ ସେମାନେ ସର୍ବଭାରତୀୟ ସ୍ତରର ଅଧିକାରୀ ହେବାକୁ । କିନ୍ତୁ ପ୍ରଶାସନିକ ସ୍ତରର ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଅଧିକାରୀଙ୍କୁ ଏଭଳି ଡକାୟତ ବୋଲି ସମ୍ବୋଦନ କରିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭା ପାଉଛି କି ? ପୂର୍ବରୁ ମଧ୍ୟ ବିଶ୍ବେଶ୍ବର ଟୁଡୁ ଏଭଳି ଭାବେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇ ଓ ତାଙ୍କୁ ଆକ୍ରମଣ କରି ବିବାଦକୁ ଆସିଥିଲେ । କେନ୍ଦ୍ର ସରକାରରେ ଏଭଳି ଅନେକ ନେତା ଓ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ପୂର୍ବରୁ ସର୍ବଭାରତୀୟ ସ୍ତରର ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଜ ଦଳରେ ଥିବା ସେଭଳି ନେତା ଓ ମନ୍ତ୍ରୀଙ୍କୁ ଇଙ୍ଗିତ କରୁନାହାନ୍ତି ତ ?

Related Articles

Back to top button
WP Twitter Auto Publish Powered By : XYZScripts.com