ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ୍‌କୁ ସୋଭିଏତ୍‌ ଅମଳର ଲଢୁଆ ବିମାନ ଯୋଗାଇବା ପାଇଁ ବିଚାର କରୁଛନ୍ତି ଆମେରିକା ଓ ପୋଲାଣ୍ଡ୍‌

ୱାସିଂଟନ୍‌ ଡି.ସି.() ଆମେରିକୀୟ ଏଫ୍‌-୧୬ ଲଢୁଆ ଜେଟ୍‌ ପରିବର୍ତ୍ତେ ଯୁଦ୍ଧ-ପ୍ରପୀଡ଼ିତ ୟୁକ୍ରେନ୍‌କୁ ପୋଲାଣ୍ଡ୍‌ ସୋଭିଏତ୍‌ ଅମଳ ଲଢୁଆ ବିମାନ ପଠାଇବ ସଂକ୍ରାନ୍ତ ଏକ ରାଜିନାମା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ବିଚାର କରୁଥିବା କଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ଶନିବାର ଦିନ ରିପୋର୍ଟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଏହି ରାଜିନାମା ପାଇଁ ହ୍ବାଇଟ୍‌ ହାଉସ୍‌ର ଅନୁମୋଦନ ଏବଂ କଂଗ୍ରେସର ପଦକ୍ଷେପ ଆବଶ୍ୟକ।

ଭିଡିଓ କଲ୍‌ ଜରିଆରେ ଯୁକ୍ତରାଷ୍ଟ୍ର ଆମେରିକା ସିନେଟ୍‌କୁ ସମ୍ବୋଧନ କରି ମାରାତ୍ମକ ସାମରିକ ସହାୟତା ବିଶେଷକରି ରୁଷୀୟ ନିର୍ମିତ ଲଢୁଆ ଜେଟ୍‌ ପାଇବା ପାଇଁ ସହାୟତା ମାଗିବା ପରେ ଉପରୋକ୍ତ ପ୍ରସଙ୍ଗ ବିଚାର କରାଯାଉଛି।

Image Courtesy of Newsdelivers

ନିହାତି କେଉଁ ଗୋଟିକ ଜନିଷ ଆବଶ୍ୟକ କରୁଛନ୍ତି ବୋଲି ‘ସିନେଟ୍‌ ସଂଖ୍ୟାଲଘୁ ନେତା’ ମିଚ୍‌ ମ୍ୟାକ୍‌କନେଲ୍‌ ଜେଲେନ୍‌ସ୍କିଙ୍କୁ ପଚାରିଥିଲେ। ଜେଲେନ୍‌ସ୍କି କହିଥିଲେ, ଲଢୁଆ ବିମାନ ଖୁବ୍‌ ଆବଶ୍ୟକ।  ଯଦି ୟୁକ୍ରେନ୍‌ ଆକାଶକୁ ‘ନୋ-ଫ୍ଲାଏ ଜୋନ୍‌’ ଘୋଷଣା ନ କରି ପାରିବେ, ତେବେ ମୋତେ ଲଢୁଆ ବିମାନ ଦିଅନ୍ତୁ।

‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ ଅନୁସାରେ, ରୁଷୀୟ ଲଢୁଆ ବିମାନ ସବୁ ‘ପୂର୍ବ ୟୁରୋପୀୟ ‘ନାଟୋ’ ସଦସ୍ୟ ରାଷ୍ଟ୍ରଙ୍କ ହାତରେ ଥିବାରୁ ସହଜରେ ୟୁକ୍ରେନ୍‌କୁ ଯାଇ ପାରିବ। ସିନେଟର୍‌ ଡିକ୍‌ ଡର୍ବିନ୍‌ କହିଛନ୍ତି ଯେ, ସମସ୍ତ ବାଧାବିଘ୍ନ ଏଡ଼ାଇ ୟୁକ୍ରେନ୍‌ରେ ଲଢୁଆ ବିମାନ ପହଞ୍ଚାଇବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ସହଯୋଗ କରିବା ଉଚିତ।

ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ଅନ୍ୟ ସହଯୋଗୀ ରାଷ୍ଟ୍ରମାନେ ୟୁକ୍ରେନ୍‌କୁ ରୁଷୀୟ ଲଢୁଆ ବିମାନ ‌ଯୋଗାଇ ଦେବେ। ପ୍ରତିବଦଳରେ ସେମାନଙ୍କୁ ଆମେରିକୀୟ ଲଢୁଆ ବିମାନ ଯୋଗାଇ ଦିଆଯିବ।

କିନ୍ତୁ, ପୋଲାଣ୍ଡ୍‌ ପାଖରେ କେତେସଂଖ୍ୟକ ସୋଭିଏତ୍‌ ଅମଳ ଲଢୁଆ ଜେଟ୍‌ ଅଛି ତାହା ଜଣାନାହିଁ। ପ୍ରାପ୍ତ ରିପୋର୍ଟ ଅନୁସାରେ, ‘ପୋଲିସ୍‌ ଏୟାର୍‌ ଫୋର୍ସ’ରେ ଅଳ୍ପସଂଖ୍ୟକ ଏଫ୍‌-୧୬ ଅନ୍ତର୍ଭୁକ୍ତ କରାଯାଇଛି।

Related Articles

Back to top button