ଅନ୍ତର୍ଜାତୀୟଜାତୀୟ

ୟୁରୋପୀୟ ସଂଘର ତିନି ଜଣ ପ୍ରଧାନମନ୍ତ୍ରୀଙ୍କ ସହ ଜେଲେନସ୍କିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆଗକୁ ସମାଧାନର ସୂତ୍ର ବାହାରିବ ନା ହିଂସା ବଢ଼ିବ

ନୂଆଦିଲ୍ଲୀ() ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୧ ଦିନରେ ପହଞ୍ଚିଛି । ତେବେ ଆଜି ୟୁରୋପୀୟ ସଂଘର ତିନି ଜଣ ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଲୋଚନା କରୁଛନ୍ତି । ୟୁକ୍ରେନର ରାଜଧାନୀ କିଭଠାରେ ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ପିଟର ଫିଆଲା, ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମାତେୟୁସଜ ମୋରାୱିଏକି ଓ ସ୍ଲୋଭେନିଆ ପ୍ରଧାନମନ୍ତ୍ରୀ ଜାନେଜ୍ ଜାନସା ବୈଠକରେ ସାମିଲ ହୋଇଛନ୍ତି । ଏହି ବୈଠକରେ ପୋଲାଣ୍ଡର ଡେପୁଟି ପ୍ରଧାନମନ୍ତ୍ରୀ ଜାରୋସ୍ଲ କାକଜିନସ୍କି ସହ ଅନ୍ୟ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି । ତେବେ ୟୁକ୍ରେନର ବିପଦ ସମୟରେ ଏହି ନେତାମାନଙ୍କର ସହଯୋଗ ବିଷୟରେ ଅନଲାଇନରେ ଏକ ପୋଷ୍ଟ ଶେୟାର କରିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ।

 

ରୁଷିଆର ଏୟାର ଷ୍ଟ୍ରାଇକ ଫଳରେ ଗତକାଲି କିଭରେ ଅତିକମରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ଏହାଫଳରେ ପରିସ୍ଥିତିକୁ ଦେଖି ମେୟର ୩୫ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଥିଲା । ଚେକ୍ ରିପବ୍ଲିକ, ପୋଲାଣ୍ଡ ଉଭୟ ରାଷ୍ଟ୍ର ରୁଷିଆ ଆକ୍ରମଣ କରିବା ପରଠାରୁ ୟୁକ୍ରେନ ପଛରେ ଛିଡ଼ା ହୋଇଛନ୍ତି । ତେବେ ୟୁରୋପୀୟ ସଂଘର ସଭାପତି ଚାର୍ଲ୍ସ ମିଚେଲଙ୍କୁ ଭେଟିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଚେକ୍ ରିପବ୍ଲିକ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜିର ଏହି ବୈଠକ ରୁଷ ସହ ଉତ୍ତମ ବୁଝାମଣା କି ହିଂସାର ବାର୍ତ୍ତା ବହନ କରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବୋଲି ଅନେକ ନେତା ମତବ୍ୟକ୍ତ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com