ଜାତୀୟଶିକ୍ଷା

ମହାବିଦ୍ୟାଳୟଗୁଡ଼ିକର ଛାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଆସାମର ଗୌହାଟ ୟୁନିଭର୍ସିଟି ଏବଂ ଏହାର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଛାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀମାନଙ୍କୁ ଏଣିକି ଋତୁସ୍ରାବକାଳୀନ ଛୁଟି ମିଳିବ ବୋଲି ଗୌହାଟ ୟୁନିଭର୍ସିଟ ପକ୍ଷରୁ କୁହାଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ଏ ନେଇ ଛାତ୍ରୀମାନଙ୍କ ସର୍ବନିମ୍ନ ଶ୍ରେଣୀ ଉପସ୍ଥାନକୁ ୨ ପ୍ରତିଶତ କୋହଳ କରିଛନ୍ତି। ଅର୍ଥାତ୍‌ ଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ୭୩ ପ୍ରତିଶତ ହୋଇଥିଲେ, ସେମାନେ ପରୀକ୍ଷା ଦେଇପାରିବେ।

Related Articles

Back to top button