Featuredଜାତୀୟରାଜନୀତି

EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର

ଦେଶରେ ଗରିବ ଶ୍ରେଣୀ ଲୋକଙ୍କୁ ଉଚ୍ଚ ଶିକ୍ଷା ଏବଂ ସରକାରୀ ଚାକିରୀରେ ମିଳୁଥିବା ୧୦ ପ୍ରତିଶତ ଇଡବ୍ଲୁଏସ କୋଟା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ୫ ଜଜଙ୍କ ସାମ୍ୱିଧାନିକ ଖଣ୍ଡପୀଠ ୩-୨ରେ ଏହି କୋଟା ପକ୍ଷର ରାୟ ଶୁଣାଣିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ଏବଂ ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ ଏହି କୋଟାକୁ ଅନୁଚିତ ଦର୍ଶାଇ ଏବଂ ସାମ୍ୱିଧାନର ମୂଳ ଭାବନାର ବିପରୀତ ବୋଲି କହିଛନ୍ତି । ଜଷ୍ଟିସ ଭଟ୍ଟ ଏହା ଉପରେ ବିସ୍ତୃତ ଭାବେ ବୟାନ ରଖି ସଂରକ୍ଷଣ ପାଇଁ ୫୦ ପ୍ରତିଶତ ନିର୍ଦ୍ଧାରିତ ସୀମାର ଉଲ୍ଲଂଘନ କରିବା ଭୁଲ ବୋଲି କହିଛନ୍ତି । ଏହା ସମ୍ୱିଧାନର ମୂଳ ଭାବନାକୁ ବିରୋଧ କରୁଛି । ସେ କହିଛନ୍ତି, ଓବିସି ଏବଂ ଏସସି-ଏସଟି ବର୍ଗରେ ଗରିବଙ୍କ ସଂଖ୍ୟା ସବୁଠୁ ଅଧିକ । ଏପରି ସ୍ଥିତିରେ ଆର୍ଥିକ ଆଧାରରେ ଦିଆଯାଉଥିବା ସଂରକ୍ଷଣରୁ ସେମାନଙ୍କୁ ବାହାର ରଖାଯିବା ଭେଦଭାବପୂର୍ଣ୍ଣ ଅଟେ । ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା EWS ସଂରକ୍ଷଣ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com