ଅନ୍ତର୍ଜାତୀୟଜାତୀୟ

ନାଟୋ ଭରସାରେ ଫସିଗଲେ ଜେଲେନସ୍କି, କମେଡିଆନ୍ ରାଷ୍ଟ୍ରପତି ଏବେ ଯୁଦ୍ଧକାଳୀନ ନେତା

କିବ୍: ଭୋଲ୍‌ଡିମିର ଜେଲେନ୍‌ସ୍କି ଏପରି ଜଣେ ଯୁଦ୍ଧକାଳୀନ ନେତା ଯାହାଙ୍କୁ ବିଶ୍ବର ବହୁତ କମ୍ ଲୋକ ଜାଣିଥିବେ। ସେ ତାଙ୍କ ଭୂମିକା ନେଇ ପ୍ରଶଂସା ସାଉଁଟିଥିଲେ ମଧ୍ୟ ତାଙ୍କ ରାଜନୈତିକ ଭବିଷ୍ୟତ ଏବେ ସୂତାଖିଅରେ ଝୁଲୁଛି।

ଜେଲେନ୍‌ସ୍କି ହେଉଛନ୍ତି ଇହୁଦି ପୃଷ୍ଠଭୂମିର ଜଣେ ରୁଷୀୟ-ଭାଷୀ ପୂର୍ବତନ ଟିଭି କମେଡିଆନ। ସେ ପ୍ରାୟ ତିନିବର୍ଷ ତଳେ ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇ ୟୁକ୍ରେନ୍‌ର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ବିରୋଧରେ ଦେଶର ପୂର୍ବାଞ୍ଚଳରେ ଜାତିଆଣ ଗଣସଂହାରର ଫାସିବାଦୀ ଶାସନ ଚଳାଇଥିବା ଅଭିଯୋଗ କରି ତାଙ୍କୁ ବହିଷ୍କାର କରିବା ଲାଗି କିବ୍ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି।

ରୁଷ୍‌ ଆକ୍ରମଣ ପରେ ଅସହାୟ ହୋଇ ଗୋଟିଏ ପରେ ଗୋଟିଏ ବୟାନ ଦେଉଥିବା ରାଷ୍ଟ୍ରପତି ଜେଲେନସ୍କି ଆଜି ତାଙ୍କ ଆଭିମୁଖ୍ୟ ବଦଳାଇ କୌଣସି ସ୍ଥିତିରେ ବି ପଛକୁ ହଟିବେ ନାହିଁ ବୋଲି କହିଛନ୍ତି। ଜେଲେନସ୍କି ନାଟୋ କଥାରେ ପରିଚାଳିତ ହୋଇ ଲଗାତାର ରୁଷ୍‌ ବିରୋଧୀ ଷଡ଼ଯନ୍ତ୍ର କରୁଥିବା ନେଇ ପୁଟିନଙ୍କ ଅଭିଯୋଗକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମିଥ୍ୟା, ଅତିରଞ୍ଜିତ ଓ ହାସ୍ୟାସ୍ପଦ ବୋଲି କହିଛନ୍ତି।

ଏବେ ରାଜଧାନୀ କିବ୍ ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇ ଚାଲିଥିବା ବେଳେ ପୁଟିନ ଘୋଷଣା କରିଛନ୍ତି ଯେ ଜେଲେନ୍‌ସ୍କି ରାଷ୍ଟ୍ରପତି ପଦରୁ ବିଦା ହେବା ସେ ଚାହାନ୍ତି। ଏ ପ୍ରକାର ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବା ପୂର୍ବତନ ହାସ୍ୟ ଅଭିନେତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ନାଟୋକୁ ଭରସା କରି ୟୁକ୍ରେନ୍‌ ଏବେ ପସ୍ତାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com