ଜାତୀୟରାଜନୀତି

ପଞ୍ଜାବ: ନିର୍ବାଚନରେ ହାରିଗଲେ କ୍ୟାପ୍ଟେନ, ଛାଡିଥିଲେ କଂଗ୍ରେସ୍, ତାଙ୍କ ଦଳ ଖୋଲିପାରିଲାନି ଖାତା

ପଟିୟାଲା() ପଞ୍ଜାବ ବିଧାନସଭା ନିର୍ବାଚନର ଅପ୍ରତ୍ୟାସିତ ଫଳାଫଳ ଆସିଛି। ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆମଆଦମୀ ପାର୍ଟି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଥିରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ଦଳୀୟ ଅସନ୍ତୋଷ ଯୋଗୁ କ୍ୟାପ୍ଟେନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେଇଥିଲେ। ତେବେ ଜନତା ତାଙ୍କୁ ଅଗ୍ରାହ୍ୟ କରିଦେଇଛନ୍ତି।

କଂଗ୍ରେସରୁ ଇସ୍ତଫା ଦେବା ପରେ କ୍ୟାପ୍ଟେନ ନୂଆ ପାର୍ଟି  ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ। ଏଥିରୁ ସେ ପଟିୟାଲା ଅର୍ବାନ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ଶୋଚନୀୟ ପରାସ୍ତ ହୋଇଛନ୍ତି। ଲୋକେ ତାଙ୍କୁ ସମର୍ଥନ ନକଲେ ନାଇଁ ତାଙ୍କ ଦଳକୁ ମଧ୍ୟ ଗ୍ରହଣ କରିନାହାନ୍ତି। ଫଳରେ ପଞ୍ଜାବରେ କ୍ୟାପ୍ଟେନ ପୁରା ଫେଲ ହୋଇଛନ୍ତି। କ୍ୟାପ୍ଟେନ ପଞ୍ଜାବରେ ତାଙ୍କ ଦଳକୁ ବିଜେପି ସହ ମେଣ୍ଟ କରାଇଥିଲେ। ଯାହା ଯେମିତି ୨ଟି ଆସନ ପାଇ ବିଜେପି ଇଜ୍ଜତ ବଞ୍ଚାଇଥିବା ବେଳେ ପଞ୍ଜାବ ଲୋକ କଂଗ୍ରେସକୁ ପ୍ରଥମ ନିର୍ବାଚନରେ ହିଁ ଅମାନତ ହରାଇବାକୁ ପଡିଛି।

ଏଥିରୁ କଂଗ୍ରେସରୁ ଆଉଟ୍ ହେବା ପରେ କ୍ୟାପ୍ଟେନଙ୍କ ରାଜନୈତିକ କ୍ୟାରିୟରରେ ବ୍ରେକ୍‌ ଲାଗିଥିବାର ଏବେ ଦେଖାଯାଉଛି। ତେବେ ଅମରିନ୍ଦର ସିଂହଙ୍କ ଲାଗି ଅନ୍ୟ ଏକ ଖୁସି ଖବର ହେଉଛି ସେ ଛାଡିଥିବା ପାର୍ଟି ମଧ୍ୟ ରାଜ୍ୟ କ୍ଷମତାରୁ ବେଦଖଲ ହୋଇଛି। ୮୦ ବର୍ଷ ବୟଷ୍କ ଅମରିନ୍ଦର ସିଂହ ୨୦୧୭ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପରେ ସେ ଆଗକୁ ଆଉ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଥିଲେ। ତେବେ କଂଗ୍ରେସ ଛାଡିବା ପରେ ସେ ତାଙ୍କର ରାଜନୈତିକ ଆଭିମୁଖ୍ୟ ବଦଳାଇଦେଇଥିଲେ। କେବଳ ନିର୍ବାଚନ ଲଢିନଥିଲେ ବରଂ ଏଥିଲାଗି ଦଳ ମଧ୍ୟ ଗଠନ କରିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com