ଓଡ଼ିଶା

ପଞ୍ଚାୟତ ନିର୍ବାଚନ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିସିପି, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ରଣକୌଶଳ ପ୍ରସ୍ତୁତ

କଟକ() ପଞ୍ଚାୟତ ନିର୍ଵାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା ଵ୍ୟଵସ୍ଥା ସମୀକ୍ଷା କରିଛନ୍ତି କଟକ ଡିଜିପି ପ୍ରତୀକ ସିଂହ । କମିଶନରେଟ୍ ପୋଲିସ ଅଧିନରେ କଟକ ସଦର, ବାଙ୍କୀ ଓ ଚୌଦ୍ବାରର ୮୩୫ଟି ଵୁଥ୍ ରହିଛି । ଏଥିମଧ୍ୟରୁ ପ୍ରାୟ ୨ ଶହ ୫୦ ବୁଥ୍ ସମ୍ବେଦନଶୀଳ ଵୋଲି ଚିହ୍ନଟ କରାଯାଇଛି। ଆସନ୍ତା ୧୬ତାରିଖରୁ ଏହି ଵୁଥ୍ ଗୁଡକରେ ମତାଦାନ ଆରମ୍ଭ ହେଵ। ୧୬, ୧୮, ୨୦ ଓ ୨୨ ତାରିଖରେ ଏହି ଵୁଥ୍ ଗୁଡିକରେ ମତଦାନ ହେଵ।

ତେଣୁ ଏହି ସଵୁ ଵୁଥରେ ଯେଉଁଭଳି ଶାନ୍ତି ଶୃଙ୍ଖଳାରେ ମତଦାନ କରାଇବା ପାଇଁ ଓ ସମ୍ପୃକ୍ତ ଅଞ୍ଚଳରେ ୨୪ଘଣ୍ଟିଆ ପାଟ୍ରୋଲିଂ ଏଵଂ କୌଣସି ଅଘଟଣ ଘଟିଲେ ଷ୍ଟ୍ରାଇକିଂ ଫୋର୍ସ ଓ କୁଇକ୍ ରିଆକସନ ଟିମ୍ ଵା କ୍ୟୁଆରଟି କିଭଳି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଵ ସେ ନେଇ ଆଜି ଡିସିପି ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ନିର୍ଵାଚନ ମତାଦାନ ସରିବା ପର୍ଯ୍ୟନ୍ତ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ଚଵିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ଓ ଜଣେ ଏସିପି ଏହି କଣ୍ଟ୍ରୋଲ ରୁମ ଦାୟିତ୍ବରେ ରହିଵେ ଵୋଲି ଡିସିପି ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com