ରାଜନୀତି

ସରିଲା ଶିବରାଜଙ୍କ ରାଜ୍

ରାମ ରାମ । ଏହି ପଦିଏ କଥା ତାଙ୍କ ମୁହଁରେ ସବୁବେଳେ ଥାଏ । ସେ ହେଉଛନ୍ତି ୫ଥରର ସାଂସଦ, ୪ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଆଉ ଯେତେବେଳେ ତାଙ୍କ ହାତରୁ କ୍ଷମତା କାଢି ନିଆଯାଇଛି, ସେତେବେଲେ ବି ସେ ଏହି ରାମ ରାମ କଥାକୁ ଦୋହରାଇଛନ୍ତି ।

କାରଣ ମଧ୍ୟପ୍ରଦେଶରେ ଘଟିଛି ଶିବରାଜ ସିଂଙ୍କ ଯୁଗର ଅବସାନ । ଆରମ୍ଭ ହୋଇଛି ମୋହନ ଶାସନ । ହେଲେ ତା ପୂର୍ବରୁ ସମସ୍ତଙ୍କୁ ରାମ ରାମ କହି ଅବସର ନେଇଛନ୍ତି ମାମା । ୨ଦଶନ୍ଧି ଧରି ମଧ୍ୟପ୍ରଦେଶରେ ରାଜ କରୁଥିବା ଶିବରାଜଙ୍କ କାର୍ଯ୍ୟ ଏବେ ଶେଷ ହୋଇଛି । ସେ ହେଉଛନ୍ତି ସବୁଠୁ ଲମ୍ବା ସମୟ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ । ହେଲେ ମୋଦି ଫର୍ମୁଲା ଆଗରେ ଫେଲ ମାରିଛି ଶିବରାଜଙ୍କ ଫର୍ମୁଲା ।

କାହିଁକି ନା ଶିବରାଜଙ୍କ ଶାସନ ସମୟରେ ଲାଡଲୀ ବେହେନା ଠାରୁ ଆରମ୍ଭ କରି ମହିଳା ମାନଙ୍କ ପାଇଁ ଅନେକ ଯୋଜନା ଘୋଷଣା ହୋଇଥିଲା । ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ହେବା ସହ ଘରେ ଘରେ ମାମା ନାମରେ ହୋଇଥିଲେ ବେଶ ପରିଚିତ । ଖାସ ଏଇଥିପାଇଁ ଶିବରାଜଙ୍କୁ ଜିତାଇବାରେ ମହିଳାମାନଙ୍କ ଭୂମିକା ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମଧ୍ୟ ଅନେକ ସମୟରେ ଶିବରାଜ ଇମୋଶନାଲ ହୋଇପଡିଥିବା ଦେଖିବାକୁ ମିଳିଥିଲା । ହେଲେ ଏ ସସବୁ ସତ୍ୱେ ଶିବରାଜଙ୍କୁ ହଟାଇ ମୋହନ ଯାଦବ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଉ ଖୁବଶୀଘ୍ର ମଧ୍ୟପ୍ରଦେଶର ଶାସନ ଡୋର ଧରିବେ ମୋହନ । କିନ୍ତୁ ଏହା ପୂର୍ବରୁ ଅର୍ଥାତ ମୋହନଙ୍କ ନାମ ଘୋଷଣାର ଗୋଟିଏ ଦିନ ପୂର୍ବରୁ ଏକ ପୋଷ୍ଟ କରିଥିଲେ ଚୌହ୍ୱାନ । ଯେଉଁଥିରେ ସେ ସମସ୍ତଙ୍କୁ ରାମ ରାମ ବୋଲି ଲେଖିଥିଲେ । ଆଉ ଏହାପରେ ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ନାନା କଳ୍ପନା ଜଳ୍ପାନା ଆରମ୍ଭ ହୋଇଯାଇଥିଲା । ସେପଟେ ଜଣେ ବରିଷ୍ଠ ନେତାଙ୍କୁ ବିଜେପି ହଟାଇ ନୂଆ ଚେହେରା ଆଣିବା ପଛରେ କାରଣ କଣ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । କୁହାଯାଉଛି କି ଆଗକୁ ୨୪ ନିର୍ବାଚନ ଥିବାରୁ ଏହି ବରିଷ୍ଠ ନେତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇପାରନ୍ତ ମୋଦି ।

Related Articles

Back to top button
WP Twitter Auto Publish Powered By : XYZScripts.com