ଜାତୀୟଭାଇରାଲ୍ ଭିଡିଓ

୯୫ ବର୍ଷିୟ ବ୍ୟକ୍ତି ୮୪ ବର୍ଷିୟା ପ୍ରେମିକାଙ୍କୁୁ କଲେ ବିବାହ, ୨୩ ବର୍ଷ ପୂର୍ବେ ଏକ ଚର୍ଚ୍ଚରେ ହୋଇଥିଲା ସାକ୍ଷାତ୍‌

‘ଯଦି ତୁମେ ତୁମର ହୃଦୟରୁ କିଛି ଚାହୁଁଛ, ତେବେ ସମ୍ଭବତଃ ସମଗ୍ର ବ୍ରହ୍ମାଣ୍ଡ ତୁମକୁ ସାହାଯ୍ୟ କରିବା ପାଇଁ ଲାଗିପଡ଼ନ୍ତି ‘ । ବ୍ରିଟେନର ଏଭଳି ଏକ ବାସ୍ତବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୯୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୮୪ ବର୍ଷିୟା ପ୍ରେମିକାଙ୍କୁ ବିବାହ କରିଛନ୍ତି । ତାହା ପୁଣି ଦୀର୍ଘ ୩୦ ବର୍ଷ ପରେ । ପ୍ରେମିକାଙ୍କ ନାମ ଭାଲେରି ୱିଲିୟମ୍ସ ଏବଂ ବୟସ୍କ ବ୍ୟକ୍ତିଙ୍କ ନାମ ଜୁଲିଆନ୍ ମୋଏଲ୍ । ଦୁହେଁ ୨୩ ବର୍ଷ ପୂର୍ବେ ଏକ ଚର୍ଚ୍ଚରେ ଭେଟିଥିଲେ, କିନ୍ତୁ ପରଷ୍ପରକୁ ପ୍ରପୋଜ କରିପାରିନଥିଲେ । ଚଳିତ ବର୍ଷ ଫେବୃଆରୀରେ, ସେମାନେ ପରଷ୍ପରକୁ ପ୍ରପୋଜ କରିବା ସହ ମେ ୧୯ ରେ ବ୍ରିଟେନର କାର୍ଡିଫର ସେହି ଚଚ୍ଚ୍‌ର୍ରେ ବିବାହ କରିଥିଲେ ଯେଉଁଠାରେ ସେମାନେ ପରଷ୍ପରକୁ ପ୍ରଥମେ ଭେଟିଥିଲେ । ୱେଲ୍ସ ଅନ୍ଲାଇନ୍ ଅନୁଯାୟୀ, କଲଭାରୀ ବାପ୍ଟିଷ୍ଟ ଚର୍ଚ୍ଚରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ପ୍ରାୟ ୪୦ ସାଙ୍ଗ ଏବଂ ପରିବାର ଉପସ୍ଥିତ ଥିଲେ। ଏହି ଦିନରେ ତାଙ୍କ ଭାବନା ବିଷୟରେ ଭାଲେରି କହିଛନ୍ତି, ‘ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ । ଏହା ଆଶ୍ଚର‌୍ୟ୍ୟଜନକ ଏବଂ ଏହା ଏକ ନୂତନ ବର୍ଷ ପରି ।

Related Articles

Back to top button