ଓଡ଼ିଶା

ସ୍କୁଲ ଫି’ ଆଦାୟକୁ ନେଇ ଛାତ୍ରଛାତ୍ରୀଙ୍କୁ ୫ ଘଣ୍ଟା ଅଲଗା ବନ୍ଦ କରି ରଖିଲା ଏପିଜେ ସ୍କୁଲ

ଭୁବନେଶ୍ୱର, ୨୩/୦୮/୨୦୨୨-   ଘରୋଇ ସ୍କୁଲର ଦାଦାଗିରି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ । ଘାଟିକିଆ ନାକା ଗେଟ୍ ନିକଟରେ ଅବସ୍ଥିତ ଥିବା ଏପିଜେ ଘରୋଇ ସ୍କୁଲରେ ଫି’ ଆଦାୟକୁ ନେଇ ଯେଉଁଭଳି ଅମାନବୀୟ କାଣ୍ଡ ହୋଇଛି ତାହା ଯେତିକି ଲଜ୍ଜାଜନକ ସେତିକି ସାଂଘାତିକ ।  ବକେୟା ଫି’ ଆଦାୟ ପାଇଁ ସୋମବାର ସ୍କୁଲ କର୍ତ୍ତୃପକ୍ଷ କିଛି ଛାତ୍ରଛାତ୍ରୀଙ୍କୁ ୫ ଘଣ୍ଟା ଧରି ଲାଇବ୍ରେରି ରୁମରେ ଅଲଗା ବନ୍ଦ କରି ରଖିଥିଲେ । ଘଟଣା ସମ୍ପର୍କରେ ଖବର ପାଇ  ଅଭିଭାବକ ମାନେ ସ୍କୁଲ ଆଗରେ ଜମା ହୋଇ ଧାରଣାରେ ବସିଥିଲେ । ଅଟକ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାବକୁ ଫି’ ଦେବାକୁ କହିବା ପାଇଁ  ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମାମଲାର ତଦନ୍ତ କରୁଥିବା ବେଳେ ସ୍କୁଲର ପ୍ରଶାସକକୁ ଥାନାରେ ପଚରା ଉଚରା ପାଇଁ ଅଟକ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com