ଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ହେମନ୍ତ ସୋରେନ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଖଣି ଖୋଳିବା ପାଇଁ ଦେଇଥିବା ଲିଜ୍ ମାମଲାରେ ୧୦-୧୫ ଦିନ ମଧ୍ୟରେ ନିର୍ବାଚନ କମିଶନ ନିଷ୍ପତ୍ତି ଶୁଣାଇପାରନ୍ତି  ।  ଯଦି ହେମନ୍ତ ସୋରେନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇପାରେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିଟକରେ ଖନନ ଲିଜ ମାମଲାକୁ ନେଇ ହୋଇଥିବା ଅଭିଯୋଗର ଶୁଣାଣି ଶେଷ ହୋଇଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିକଟକରେ ହେମନ୍ତ ସୋରେନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି ଚଳିତମାସ ୧୨ ତାରିଖରେ ହୋଇଥିଲା । ଏହି କ୍ରମରେ ନିର୍ବାଚନ କମିଶନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଓକିଲଙ୍କ ଠାରୁ ଏକ ଲିଖିତ ଦାଖଲ ଲୋଡାଯାଇଥିଲା । ବରିଷ୍ଠ ଓକିଲ ମିନାକ୍ଷୀ ଆରୋରାଙ୍କ ତରଫରୁ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଦୁଇଘଣ୍ଟା ଧରି ହେମନ୍ତ ସୋରେନଙ୍କ ସପକ୍ଷରେ ନିର୍ବାଚନ ଆୟୋଗଙ୍କ ନିକଟରେ ଯୁକ୍ତି ବାଢିଥିଲେ । ସେ କହିଥିଲେ ଯେ, ରାଞ୍ଚିର ଆନାଗାଡାରେ ହେମନ୍ତ ସୋରେନଙ୍କ ନାମରେ ଆବଣ୍ଟିତ ପଥର ଖଣି ମାମଲା ଜନପ୍ରତିନିଧି ଆଇନ ୧୯୫୧ ର (୯ଏ) ଅଧିନରେ ଆସେନାହିଁ ।

ଅନ୍ୟପଟେ ହେମନ୍ତ ସୋରେନଙ୍କ ଭାଇ ଏବଂ ଦୁମକା ବିଧାୟକ ବସନ୍ତ ସୋରେନଙ୍କ ଜେଏମଏମ ବିଧାୟକଙ୍କ ସହ ଜଡିତ ମାମଲା ମଧ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ରହିଛି । ଏନେଇ ଝାଡଖଣ୍ଡ ବିଜେପି ପକ୍ଷରୁ ହେମନ୍ତ ସୋରେନ ଓ ତାଙ୍କ ଭାଇ ବସନ୍ତ ସୋରେନଙ୍କ ନାମରେ ପଥର ଖଣି ଲିଜ ବିଷୟକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାସହ ଜନପ୍ରତିନିଧି ଆଇନର ଧାରା ୯(ଏ) ମୁତାବକ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରିବାକୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com