ଓଡ଼ିଶା

ରାଜଧାନୀରେ ଛାଇ ଗଲାଣି ମାଇକ୍ରୋ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର() ରାଜଧାନୀରେ ଛାଇ ଗଲାଣି ମାଇକ୍ରୋ କଣ୍ଟେନ୍‌ମେଣ୍ଟ । ପୁଳା ପୁଳା ରୋଗୀ ବାହାରିବା ପ୍ରଶାସନ ପାଇଁ ଚିନ୍ତା ବିଷୟ ପାଲଟିଛି । ଏଥି ମଧ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଏକାଧିକ କର୍ମଚାରୀ ସଂକ୍ରମତି ଚିହ୍ନଟ ହୋଇଛନ୍ତି। ଫଳରେ ଦକ୍ଷିଣ ପୂର୍ବ ଜେନ୍ ପକ୍ଷରୁ ରାଜ୍ୟ ଗ୍ରନ୍ଥାଗାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍‌ସି।

ପଠାଗାରକୁ ସିଲ କରାଯିବା ସହ ବିଶେଷଧନ କରାଯାଇଛି। ସଂକ୍ରମିତ ଚିହ୍ନଟ ହୋଇଥିବା କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟାଇନ୍‌ରେ ରହିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ ରାଜ୍ୟରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ମାଡ଼ିଚାଲିଛି । ଦୈନିକ ୧୦ ହଜାରୁ ଅଧିକ ସଂକ୍ରମିତ ବାହାରିଛନ୍ତି। ଆକ୍ରାନ୍ତ ବଢୁଥିଲେ ବି ସୁସ୍ଥ ହାର କମ୍‌ ରହିଛି। ୨୪ ଘଣ୍ଟାରେ ୧୦୪୮୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୯୮୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୬୦୮୨ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୪୪୦ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Related Articles

Back to top button