Featuredଜାତୀୟ

ଇନ୍‌ଷ୍ଟାଗ୍ରାମ ଡାଉନ

ବର୍ତ୍ତମାନ ସୋସିଆଲ୍ ମିଡିଆ ସାଇଡ୍ ଡାଉନ୍ ହେବାର ଦେଖାଯାଉଛି। କିଛିଦିନ ତଳେ ଟ୍ଵିଟର ଡାଉନ୍ ହୋଇଥିଲା। ଏବେ ଇନଷ୍ଟା ଡାଉନ୍ ହୋଇଛି। ବୁଧବାର ୟୁଜରମାନେ ସେମାନଙ୍କର ଇନ୍‌ଷ୍ଟା ଆକାଉଣ୍ଟ ଲଗ୍‌-ଇନ୍ କରିପାରି ନଥିଲେ ସୋସିଆଲ୍ ମିଡିଆ ଡାଉନ୍ ହେବା ଉପରେ ନଜର ରଖୁଥୁବା ଡାଉନ୍‌ଡିଟେକ୍ଟରର.କମ୍ ୱେବ୍‌ସାଲ୍‌ରେ ଏହି ଖର ପ୍ରକାଶ ପାଇଛି। ବୁଧବାର ଦିନ ବିଶ୍ବପ୍ୟାପୀ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ଇନ୍‌ଷ୍ଟା ଆକାଉଣ୍ଟ ଖୋଲିପାରି ନଥିଲେ। ପାଖାପାଖ୍ ୨୭ ହଜାର ଲୋକେ ଏନେଇ ବିଭିନ୍ନ ସୋସିଆଲ୍ ମିଡିଆ ସାଇଡ୍‌ରେ ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ୫୦ ପ୍ରତିଶତ ୟୁଜର ସର୍ଭର କନେକ୍ସନ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ କରିଥିବା ବେଳେ ୨୦ ପ୍ରତିଶତ ଲୋକେ ଲଗ୍‌ହୋଇପାରୁ ନଥିବା ଅଭିଯୋଗ କରିଥିଲେ।

ଡାଉନ୍‌ଡିଟେକ୍ଟରର.କମ୍ୱେ ବ୍‌ସାଇର ସୂଚନା ଅନୁସାରେ ବ୍ରିଟେନ୍‌ରେ ୨ ହଜାର ଲୋକ ଏହି ମସସ୍ୟାର ସାମ୍ନା କରିଥିବା ବେଳେ ଭାରତ ଓ ଅଷ୍ଟ୍ରେଲିଆରେ ୧୦୦୦ରୁ ଅଧିକ ଲୋକ ଇନ୍‌ଷ୍ଟା ଡାଉନ୍ ଥିବା ଅଭିଯୋଗ କରିଛନ୍ତି। ଘଣ୍ଟା ଘଣ୍ଟା ଧରି ଇନ୍‌ଷ୍ଟା ଡାଉନ୍ ଥିବା ବେଳେ କଣ ପାଇଁ ଏହା ହୋଇଥିଲା ସେ ନେଇ ଏପର୍ଯ୍ୟନ୍ତ ଖବର ମିଳିପାରି ନାହିଁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଡାଉନ୍ ହେବା ପରେ ଅନେକ ୟୁଜର ଟ୍ଵିଟରରେ ଅଭିଯୋଗ କରିଥିବାର ଦେଖା ଦେଇଛି। କିଏ ଲଗ୍‌ଇନ୍ ସମସ୍ୟାର ସାମ୍ନା କରୁଥିବା ବେଳେ କିଏ କାହାର ସର୍ଭର ଡାଉନ୍ ହୋଇଥିବା ନେଇ ଅଭିଯୋଗ ଅଛି।

Related Articles

Back to top button