ଓଡ଼ିଶା

ଘଷିପୁରାରେ ଗଣେଶ ମହାପାତ୍ରଙ୍କ ହର୍ବାଲ ଜୁସର ଚାହିଦା ବଢୁଛି

ଆନନ୍ଦପୁର , ୩୦/୦୭/୨୦୨୨-  ମାତ୍ର ୧୦ ଟଙ୍କାରେ ମିଳୁଛି ହର୍ବାଲ ଜୁସ୍ । ବିଭିନ୍ନ ଚେରମୂଳି , ଫଳ ଓ ପତ୍ରକୁ ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଥିବା ଏହି ଜୁସ୍ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଘସିପୁରା ଥାନା ସମ୍ମୁଖରେ ଲୋକଙ୍କୁ ହର୍ବାଲ ଜୁସ୍ ଦେଇ ପ୍ରଶଂସା ସାଉଁଟୁଛନ୍ତି ବୀରଗୋବିନ୍ଦପୁର ଗ୍ରାମର ଗଣେଶ ମହାପାତ୍ର । ଘସିପୁରା ବସ୍‌ଷ୍ଟାଣ୍ଡରେ ଗଣେଶଙ୍କ ଏକ ଖଲିପତ୍ର ଦୋକାନ ରହିଛି । ତେବେ ସେ ଡାଇବେଟିସ୍ ଓ ପେଟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଏଥିରୁ ଉପଶମ ପାଇବା ପାଇଁ ଚେରମୂଳିର ସାହାରା ନେଇଥିଲେ । ଏହାପରେ ଏହା ଲୋକଙ୍କୁ ଯୋଗାଇବା ପାଇଁ ଚିନ୍ତା କରି ଏକ ଷ୍ଟଲ୍ ଖୋଲିଥିଲେ । ଥାଲକୁଡ଼ି , ଗିଲୋଇ , ବେଲ , ଚିରେଇତା , ଜାମୁ , ନିମ୍ବ , ତୁଳସୀ , ଗଙ୍ଗଶିଉଳି , କଲରା, ହରିଡ଼ା, ବାହାଡ଼ା, ଅଁଳା, ଜୁଆଣିପାଣି, ଗୋଲମରିଚ, ଡାଲଚିନି, ଲେମ୍ବୁରସକୁ ମିଶାଇ ଗଣେଶ ପ୍ରସ୍ତୁତ କରୁଛନ୍ତି ହର୍ବାଲ ଜୁସ୍ | ଏଥିରେ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ତାଙ୍କୁ ଅନେକ ସମୟରେ ସହଯୋଗ କରୁଛନ୍ତି । ବହୁ ବରିଷ୍ଠ ନାଗରିକ ପ୍ରାତଃଭ୍ରମଣରେ ଆସି ପ୍ରତିଦିନ ଏହି ଜୁସ୍ ପିଉଥିବା ଦେଖିବାକୁ ମିଳିଛି । ଅନେକ ଲୋକ ନିୟମିତ ଜୁସ୍ ପିଇବା ଦ୍ଵାରା ବିଭିନ୍ନ ରୋଗରୁ ଉପଶମ ପାଇଥିବା ପ୍ରକାଶ କରିଛନ୍ତି । ଭାଟିଶିରା ଗ୍ରାମର ଲକ୍ଷ୍ମଣ ଜେନା କହିଛନ୍ତି , ସେ ମଧୁମେହ ପାଇଁ ପୂର୍ବରୁ ଇନ୍ସୁଲିନ୍ ନେଉଥିଲେ । ତିନିମାସ ହେଲା ଜୁସ୍ ପିଇବା ଯୋଗୁଁ ଆଉ ଇନ୍ସୁଲିନ୍ ନେବାକୁ ପଡୁନାହିଁ । ରଘୁନାଥ ସାହୁ କହିଛନ୍ତି , ତାଙ୍କର ଗ୍ୟାସ ଥିବାରୁ ସବୁଦିନ ଔଷଧ ଖାଇବାକୁ ପଡୁଥିଲା | ଗଣେଶଙ୍କ ଠାରୁ ହର୍ବାଲ ଜୁସ୍ ପିଇବା ଦିନଠାରୁ ଆଉ ଔଷଧ ଆବଶ୍ୟକ ପଡୁନାହିଁ । ସେହିପରି ସାହିତ୍ୟିକ ନିରଞ୍ଜନ ପତି ମଧ୍ୟ ନିଜେ ପିଇବା ସହିତ ପରିବାର ଲୋକଙ୍କ ପାଇଁ ହର୍ବାଲ ଜୁସ୍ ନେଉଥିବା ପ୍ରକାଶ କରିଛନ୍ତି । ଗଣେଶ କହିଛନ୍ତି ଲୋକଙ୍କୁ ସେବା ଯୋଗାଇବା ପାଇଁ ତାଙ୍କ ପରିବାର ସବୁଦିନ ପତ୍ର , ଫଳ , ଚେରମୂଳ ସଂଗ୍ରହରେ ଲାଗି ପଡ଼ିଛନ୍ତି । ଲୋକେ ଉପକାର ପାଉଥିବାରୁ ତାଙ୍କୁ ଆତ୍ମସନ୍ତୋଷ ମଳୁଛି ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com