ଅନ୍ତର୍ଜାତୀୟଜାତୀୟ

ଭାରତୀୟଙ୍କ ପାଇଁ ଛାତ୍ର ଭିସା ପୁଣି ଚାଲୁ କରିବ ଚୀନ୍

ଯେଉଁମାନେ  ଆଗରୁ ଚୀନ୍‌ରେ ପଢ଼ୁଥିଲେ, କୋଭିଡ୍ ସକାଶେ ଅଧାରୁ ପାଠ ଛାଡ଼ି ଭାରତ ପଳାଇ ଆସିଛନ୍ତି ବା ଯେଉଁମାନେ ନୂଆ କରି ପାଠପଢ଼ା ଆରମ୍ଭ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ୨ ବର୍ଷରୁ ଅଧିକ କାଳ ଧରି ବନ୍ଦ ହୋଇଯାଇଥିବା ଏକ୍ସ୧- ଭିସା ପୁଣି ଚାଲୁ କରିବାକୁ ଚୀନ୍ ସରକାର ନିଷ୍ପତ୍ତି ନେଇଛନ୍ତି । ସୋମବାର ଚୀନ୍‌ର ବିଦେଶ ମନ୍ତ୍ରଣାଳୟର ଏସୀୟ ବ୍ୟାପାର ବିଭାଗ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।  କୋଭିଡ୍ ସକାଶେ ଚୀନ୍‌ରେ ପାଠ ପଢ଼ୁଥିବା ପ୍ରାୟ ୨୩୦୦୦ରୁ ଊର୍ଦ୍ଧ୍ବ ଭାରତୀୟ ଛାତ୍ରଙ୍କ ପାଠପଢ଼ା ବ୍ୟାହତ ହୋଇଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଡାକ୍ତରୀ ଛାତ୍ର। ସେମାନେ ଭାରତ ଆସିବା ପରେ ଚୀନ୍ ଆଜିଯାଏ ସେମାନଙ୍କୁ ପୁଣି ପାଠପଢ଼ା ଚାଲୁ କରିବା ପାଇଁ ଚୀନ୍ ଯିବା ଲାଗି ଭିସା ପ୍ରଦାନ କରୁ ନ ଥିଲା।

Related Articles

Back to top button