
ଭୁବନେଶ୍ୱର: ସିଝୁଛି ଓଡ଼ିଶା । ଉପରମୁହାଁ ପାରଦରେ ଡହଡହ ଖରା କରୁଛି କଲବଲ । ଏବେଠୁ ଜାରି ହେଲାଣି ହିଟ ୱେଭର ସତର୍କବାଣୀ । ଏବେଠୁ ସାବଧାନ ରହିବା ପାଇଁ ଚେତାବନୀ ଦେଲାଣି ପାଣିପାଗ ବିଭାଗ । ସୋମବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ । ୭ଟି ଜିଲ୍ଲାର ତାପମାତ୍ରା ୩୬ଡିଗ୍ରୀ ପାର କରିଛି । ଆଜିଠୁ ୫ ଦିନ ଭିତରେ ତାପମାତ୍ର ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ନେଇ ସତର୍କତା ଜାରି କରାଯାଇଛି । ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।