ଅନ୍ୟାନ୍ୟ

୨ ବର୍ଷ ପରେ ହେବ C.T.-DELED ପରୀକ୍ଷା

ଭୁବନେଶ୍ୱର, ୦୨/୦୩/୨୦୨୩ –     ୨୦୨୩-୨୪ ଶିକ୍ଷାବର୍ଷ ଠାରୁ ପୁଣି C.T. – ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ – DELED ପାଠ୍ୟକ୍ରମରେ ନାମଲେଖା ଆରମ୍ଭ କରାଯିବ । ୨ ବର୍ଷ ବନ୍ଦ ରହିବା ପରେ  ଏଥର ପାଖାପାଖି ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷାରେ ସାମିଲ ହେବାର ସମ୍ଭାବନା ରହିଛି । ତାହାକୁ ନଜରରେ ରଖି ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ । ଏହା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ – CBT ରହିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ  ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ଲାଗି ସଂସ୍ଥା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗ୍ରହୀ ସଂସ୍ଥାମାନେ ମାର୍ଚ୍ଚ ୨୨ ମଧ୍ୟରେ ଟେଣ୍ଡର ପକାଇପାରିବେ । ସଂସ୍ଥା କେବଳ ପରୀକ୍ଷା ପରିଚାଳନା କରିବାକୁ ଥିବାବେଳେ TE ଆଣ୍ଡ SCERT ପକ୍ଷରୁ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ, ପିଲାଙ୍କୁ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‌ କରିବା, ଅନ୍‌ଲାଇନ୍‌ ଆଡମିଟ୍‌ କାର୍ଡ ଉପଲବ୍ଧ କରାଇବା, ପରୀକ୍ଷାର୍ଥୀଙ୍କ ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ପ୍ରଦାନ କରାଯିବ ।

ପରୀକ୍ଷାର ୧୫ ଦିନ ଆଗରୁ ପରୀକ୍ଷାର୍ଥୀଙ୍କ ମକ୍‌ଟେଷ୍ଟ ପାଇଁ ସମ୍ପୃକ୍ତ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଲିଙ୍କ୍‌ ବ୍ୟବସ୍ଥା କରିବ । ପରୀକ୍ଷାର୍ଥୀଙ୍କୁ ୯୦ ମିନିଟ୍‌ରେ ୯୦ଟି ପ୍ରଶ୍ନର ଉତ୍ତର MCQ ଆଧାରରେ ଦେବାକୁ ହେବ ।‌ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୨୦ ମିନିଟ୍‌ ସମୟ ଦିଆଯିବ । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ C.B.T ବିଷୟରେ ସଚେତନ କରାଯିବ ।‌

ପରୀକ୍ଷା ଲାଗି ଓଡ଼ିଆ, ଇଂରାଜୀ, ହିନ୍ଦୀ, ତେଲଗୁ, ଉର୍ଦ୍ଦୁ , ସାନ୍ତାଳି ଭାଷାରେ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତ କରାଯିବ । ମାତ୍ର ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । C.T. ନାମଲେଖା ଦୁଇ ବର୍ଷ ବନ୍ଦ ରହିଥିବା କାରଣରୁ ଚଳିତ ବର୍ଷ କିପରି ଧାର୍ଯ୍ୟ ସମୟରେ ନାମଲେଖା ହେବ ସେଥିପାଇଁ ବ୍ୟପକ ବ୍ୟବସ୍ଥା ହୋଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com