ଓଡ଼ିଶା

ଜଙ୍ଘା ବଡ଼ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ମନ୍ତ୍ରୀ

ଝାରସୁଗୁଡ଼ା() ଜିଲ୍ଲା ଲଇକେରା ବ୍ଲକ୍ ସ୍ଥିତ ମୟୂରଗଡ଼ ଠାରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ପୂଜାର୍ଚ୍ଚନା କଲେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏହା ସହିତ ଜଙ୍ଘା ବଡ଼ଦେଓଙ୍କୁ କାନ୍ଧରେ ବୋହି ନାଚିଲେ ମନ୍ତ୍ରୀ । ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ଗତ ୭ ତାରିଖରେ କୋରୋନାରେ ସଂକ୍ରମିତ ହୋଇଥିଲେ ।

ଜନ ସମାବେଶରେ ମନ୍ତ୍ରୀଙ୍କ ନୃତ୍ୟକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଲଇକେରା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରତିବର୍ଷ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କ ପୂଜା ହୋଇଥାଏ । ଏହି ପୂଜାରେ ପ୍ରତିବର୍ଷ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦିଅନ୍ତି । ତାଙ୍କର ଅତୁଟ ବିଶ୍ବାସ ରହି ଥିବାବେଳେ ଭକ୍ତଙ୍କ ସହ ମିଶି ଜଙ୍ଘା ବଡ଼ଦେଓଙ୍କ ପାଲିଙ୍କି ନିଜ କାନ୍ଧରେ ବୋହି ନାଚିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଲଇକେରା ସ୍ଥିତ ମୟୂରଗଡ଼ରେ ଦିନ ୨.୩୦ ରେ ଝିଅ ଦୀପାଲି ସହ ଏହି ପୂଜା ମହୋତ୍ସବରେ ଯୋଗଦେଇ ନାଚିବା ସହ ଲୋକଙ୍କ ଅସୁବିଧା ବୁଝି ଅଞ୍ଚଳରେ ବିକାଶ ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବେ ବୋଲି ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com