ଓଡ଼ିଶା

ପୁରୀ ଦିଗବାରେଣି ଛକରୁ ବ୍ରାଉନ ସୁଗର ଜବତ, ତିନି ଗିରଫ

ପୁରୀ() ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଦିଗବାରେଣି ଛକରେ ପୋଲିସ ଅତର୍କିତ୍ତ ଚଢ଼ାଉ କରି ୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏଥି ସହିତ ସମ୍ପୃକ୍ତ ସ୍ଥାନୀୟ ତିନିଜଣ ଯୁବକ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ମାନେ ହେଲେ ବାଲିସାହିର ଅବିନାଶ ପଣ୍ଡା, ହରଚଣ୍ଡୀ ସାହିର ସତ୍ୟ ବେହେରା ଓ ଗୁଡ଼ିଆ ସାହିର ସଂଗ୍ରାମ ପଣ୍ଡା ବୋଲି ସୂଚନା ମିଳିଛି । ସେମାନଙ୍କ ଠାରୁ ଆହୁରି ୨ଟି ମୋବାଇଲ ଫୋନ, ୨ଟି ମୋଟର ସାଇକେଲ ଓ ନଗଦ ୩୫୦ଟଙ୍କା ପୋଲିସ ଜବତ କରିଥିବା ଜଣାପଡିଛି।

Related Articles

Back to top button