କ୍ରୀଡ଼ା

IPL 2022: ଗର୍ଜିଲା ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ବ୍ୟାଟ୍, ଦିଲ୍ଲୀର ବିଶାଳ ସ୍କୋର

ମୁମ୍ବାଇ() ରବିବାର ସୁପର ସଣ୍ଡେରେ ଆଇପିଏଲର ଦୁଇଟି ମ୍ୟାଚ୍ ଖେଳାଯାଉଛି। ୧୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ। ଦୁଇ ଓପନର ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଛି। ଡେଭିଡ୍ ଓ୍ଵାର୍ଣ୍ଣର ୬୧ ଏବଂ ପୃଥ୍ଵୀ ଶ ୫୧ ରନ କରିଛନ୍ତି। ଅଧିନାୟକ ଋଷଭ ପନ୍ତ ୨୭ ରନ କରିଥିଲେ। ତେବେ ଶେଷ ଆଡକୁ ଶାର୍ଦ୍ଦୁଳ ଠାକୁର ମାତ୍ର ୧୧ ବଲରୁ ୩ ଛକା ସହ ୨୯ ରନ କରିବାରୁ ଦିଲ୍ଲୀ ୨୧୫ ସ୍କୋରରେ ପହଞ୍ଚି ପାରିଛି। କୋଲକାତା ପକ୍ଷରୁ ପାଟ୍ କମିମ୍ସ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ନାରିନେ ୨ଟି ଓ୍ଵିକେଟ୍ ନେବାରେ ସଫଳ ହୋଇଛନ୍ତି। କେକେଆରକୁ ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ୨୧୬ ରନ କରିବାକୁ ପଡିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀକୁ ପୃଥ୍ଵୀ ଏବଂ ଡେଭିଡ୍ ଓ୍ଵାର୍ଣ୍ଣର ଦମଦାର ଆରମ୍ଭ ଦେଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ଉଭୟ ୮.୪ ଓଭରରେ ୯୩ ରନ ଯୋଡିଥିଲେ। ଶ ବିସ୍ଫୋରକ ବ୍ୟାଟିଂ କର ୨୯ ବଲରୁ ୭ ଚୌକା ଏବଂ ୨ ଛକା ସହ ୫୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଓ୍ଵାର୍ଣ୍ଣର ଏବଂ ଋଷଭ ପନ୍ତ ଦ୍ଵିତୀୟ ଓ୍ଵିକେଟରେ ୫୫ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୪୮ ରନରେ ପନ୍ତ ୨୭ ରନ କରି ଆଉଟ୍ ହୋଇଥିଲେ।

ତେବେ ଦିଲ୍ଲୀ ଶୀଘ୍ର ୩ଟି ଓ୍ଵିକେଟ୍ ହରାଇବାରୁ ଦଳର ରନ ଗତି କିଛିଟା ଧିମେଇ ଯାଇଥିଲା। ଓ୍ଵାର୍ଣ୍ଣ ୪୫ ବଲରୁ ୬ ଚୌକା ଏବଂ ୨ ଛକା ସହ ୬୧ ରନ କରିଥିଲେ। ଶେଷ ଆଡକୁ ଅକ୍ଷର ପଟେଲ୍ ଏବଂ ଶାର୍ଦ୍ଦୁଳ ଠାକୁର ଧୂଆଁଧାର ବ୍ୟାଟିଂ କରିଥିଲେ। ଶେଷରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଛି। ଅକ୍ଷର ୨୨ ଏବଂ ଶାର୍ଦ୍ଦୁଳ ୧୧ ବଲରୁ ୧ ଚୌକା ଏବଂ ୩ ଛକା ସହ ୨୯ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି।

କୋଲକାତା ପକ୍ଷରୁ ସୁନିଲ ନାରିନେ ୨୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। କୋଲକାତା ପକ୍ଷରୁ ପାଟ୍ କମିମ୍ସ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୪ ଓଭରରେ ୫୧ ରନ ବ୍ୟୟ କରି କୌଣସି ଓ୍ଵିକେଟ୍ ନେଇ ପାରି ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com