ଓଡ଼ିଶା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୂଚନା ଅଧିକାର ଆଇନରୁ ମିଳିଲା ଆଉ ଏକ ତଥ୍ୟ, ନିର୍ମାଣ କାର୍ଯ୍ୟରେ ସାମିଲ ହୋଇ ନାହିଁ ଏଏସ୍‌ଆଇ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ଏବେ ସୂଚନା ଅଧିକାର ଆଇନରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଇଲେକଟ୍ରିକାଲ ବିଲ୍ଡିଂ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି କିନ୍ତୁ ଏବେ ବି କାମରେ ଏଏସ୍ଆଇ ସାମିଲ ହୋଇନାହିଁ । ଚାଲିଥିବା କାର‌୍ୟ୍ୟ ଓ ଭବିଷ୍ୟତରେ ହେବାକୁ ଥିବା କାମ ରାଜ୍ୟ ସରକାର ଏଏସ୍ଆଇ ସହଯୋଗରେ କରିବେ ବୋଲି ହାଇକୋର୍ଟରେ ଆଡ୍‌ଭୋକେଟ ଜେନେରାଲ କହିଥିଲେ । ଏଥି ସହିତ କୀର୍ତ୍ତିରାଜି ଯେପରି ଅକ୍ଷୂର୍ଣ୍ଣ ରହିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ହେଲେ ବର୍ତ୍ତମାନ ପର‌୍ୟ୍ୟନ୍ତ ଏଏସ୍ଆଇ ନିର୍ମାଣସ୍ଥଳକୁ ଆସିନଥିବା ଜଣାପଡିଛି । ସୂଚନା ଅଧିକାର ଆଇନରୁ ଓକିଲ ଶରତ ରାୟଗୁରୁଙ୍କୁ ମିଳିଥିବା ସୂଚନାରୁ ଏହି ତଥ୍ୟ ମିଳିଛି । ରାଜନୈତିକ ଦଳଠୁ ନେଇ ସାମାଜିକ ସଙ୍ଗଠନ, ଗବେଷକ, ଏମିତିକି ଜଗଦ୍‌ଗୁରୁ ଶଙ୍କାରାଚାର‌୍ୟ୍ୟ ବି ଏହାର ବିରୋଧ କରୁଛନ୍ତି। ଏହାରି ମଧ୍ୟରେ ପୁରୀ ଗୋବର୍ଦ୍ଧନ ମଠରେ ପହଞ୍ଚିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ । ଜଗଦଗୁରୁ ଶଙ୍କରାଚାର‌୍ୟ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି କଭିତରେ ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମ୍‌କୋର୍ଟରେ କେଶ୍ ଫାଇଲ୍ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com