ଓଡ଼ିଶା

କାଳବୈଶାଖୀ ତାଣ୍ଡବ, ଉଡିଗଲା ସ୍କୁଲ ଘର ଛାତ

ସାନଖେମୁଣ୍ଡି: ଘୂର୍ଣ୍ଣିବଳୟ ଝଡରେ ଉଡ଼ିଗଲା ସ୍କୁଲ ଛାତ। ଏବେ ପିଲାଏ ପଢ଼ିବେ କେଉଁଠି ? ତାକୁ ନେଇ ଉଠିଛି ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦୟାନିଧିପୁର ପଞ୍ଚା ବଢିଆ ଉତ୍ସା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନରେ କାଳ ବୈଶାଖୀ  ବର୍ଷା ଓ ପବନ ରଚିଥିଲା ତାଣ୍ଡବ । ଯାହାଫଳରେ ଗାଁରେ ଥିବା ସ୍କୁଲ ଘର ଛାତ ଉଡିଯାଇଛି । ଏପିରିକି ସ୍କୁଲ ଛାତ ନୁହେଁ, ବରଂ ଗାଁର ପାଞ୍ଚରୁ ଅଧିକ ଘରର ଟିଣ ଛାତ ଉଡିଯାଇଛି । ଯାହାଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରର ଛାତ ଉଡିଯାଇଥିବା ବେଳେ ରହିବା ପାଇଁ ଆଶ୍ରା ଖୋଜୁଛନ୍ତି ଲୋକେ ।

Related Articles

Back to top button
WP Twitter Auto Publish Powered By : XYZScripts.com