ଓଡ଼ିଶା

ଗାଡ଼ି ରଖି ମେଡିସିନ୍‌ କିଣିବାକୁ ଯାଇଥିଲେ ବ୍ୟବସାୟୀ, ଡିକି ଭାଙ୍ଗି ୨ଲକ୍ଷ ୪୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି() ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା  ଗୋଳେଇଛକ  ନିକଟରେ ସ୍ପଷ୍ଟ ଦିବାଲୋକରେରେ ଲୁଟ । ଗାଡିର ଡିକି ଖୋଲି ୨ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ କରି ଫେରାର ମାରିଛନ୍ତି ଦୁର୍ବୃତ୍ତ । ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ବ୍ୟବସାୟୀ ରୋସନ ମେହେର କଣ୍ଟାବାଞ୍ଜି ଏସବିଆଇ ମୁଖ୍ୟବ୍ରାଞ୍ଚରୁ ୨ ଲକ୍ଷ ଚାଳିଶ ହଜାର ଟଙ୍କା ଉଠାଇ ସ୍କୁଟିରେ ନିଜ ଘର ଭାଲୁମୁଣ୍ଡା ବାହାରିଥିଲେ । ବଙ୍ଗୋମୁଣ୍ଡା  ଗୋଲେଇ ଛକରେ ଥିବା ମେଡ଼ିସିନ ଦୋକାନରୁ ମେଡ଼ିସିନ କିଣିବାକୁ ଯାଇ ରାସ୍ତା ଉପରେ ସ୍କୁଟି ରଖିଥିଲେ ।

ଠିକ ସେହି ସମୟରେ ୨ ଜଣ ଲୁଟେରା ସ୍କୁଟିର ଡିକିକୁ ଖୋଲି ପଲିଥିନରେ ଥିବା ଟଙ୍କାକୁ ଲୁଟି ଫେରାର ମାରିଥିଲେ । ରୋସନ ଲୁଟେରାମାନଙ୍କୁ ଗୋଡେଇ ଥିଲେ ମଧ୍ୟ ସେମାନେ ଫେରାର ମାରିଥିଲେ । ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଏହାର ତଦନ୍ତ ଆରମ୍ଭ କରିଛି । ମେଡ଼ିସିନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଲୁଟର ଦୃଶ୍ୟ କଏଦ ହୋଇଛି। ରୋସନଙ୍କ ଉପରେ ଲୁଟେରାମାନେ କଣ୍ଟାବାଞ୍ଜି ବ୍ୟାଙ୍କରୁ ହିଁ ନଜର ରଖିଥିବା ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com