ଜୀବନଶୈଳୀ

ସ୍ଥଗିତ ରହିଲା ଆସନ୍ତାକାଲିଠୁ ହେବାକୁଥିବା ବସ୍ ଧର୍ମଘଟ

ଭୁବନେଶ୍ୱର, ୧୬/୦୧/୨୦୨୩ –    ସ୍ଥଗିତ ରହିଲା ବସ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ମଙ୍ଗଳବାର (୧୭.୦୧.୨୦୨୩) ଠାରୁ ହେବାକୁ ଥିବା ବସ୍ ଧର୍ମଘଟକୁ ବନ୍ଦ ରଖାଯାଇଛି । ରାଜ୍ୟ ସରକାର ଘରୋଇ ବସ୍ ମାଲିକ ସଂଘ କରିଥିବା ୧୦ଟି ଦାବିରୁ ୩ଟି ଦାବି ମାନିନେଇ ଥିବାବେଳେ ବାକି ଦାବି ସବୁକୁ ମାର୍ଚ୍ଚ ୩୧ ସୁଦ୍ଧା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଭିନ୍ନ ଭିନ୍ନ ୧୦ ଦଫା ଦାବି ନେଇ ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟର ଡାକରା ଦିଆ ଯାଇଥିଲା । ଏହାପରେ ସରକାରଙ୍କ ସହ ଆଲୋଚନା ପରେ ପ୍ରାଥମିକ ପର୍ଯ୍ୟାୟରେ ୩ଟି ଦାବି ପୂରଣ ହୋଇଛି । ସେଗୁଡ଼ିକ ହେଲା – ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢ଼ାଇବା, ଦିନରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ।  ତେବେ ବାକି ଦାବିଗୁଡିକ ପାଇଁ ସରକାର ସମୟ ମାଗିଛନ୍ତି । ଯଦି ମାର୍ଚ୍ଚ ୩୧ ସୁଦ୍ଧା ଦାବି ଥିବା ପୂରଣ ନ ହୁଏ ତାହେଲେ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com