ଜୀବନଶୈଳୀ

ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ଫ୍ୟାସନ ପ୍ରତିଯୋଗିତାର ଅଡିସନ ପର୍ଯ୍ୟାୟ ଅନୁଷ୍ଠିତ

ବ୍ରହ୍ମପୁର, ୦୮/୦୮/୨୦୨୨-   ବ୍ରହ୍ମପୁର ଠାରେ ୱାଓ ସୋସିଓ କାଲଚୁଆର କମିଟି ତରଫରୁ ରାଜ୍ୟସ୍ତରୀୟ ଫ୍ୟାସନ c କାର୍ଣ୍ଣିଭଲ ନାମରେ ଏକ ପ୍ରତିଯୋଗିତାର ଅଡିସନ ପର୍ଯ୍ୟାୟ ଆୟୋଜିତ ହୋଇଯାଇଛି । ଏଥିରେ ସବୁ ଜୁନିଅର ଓ ସିନିୟର୍ ସ୍ତରୀୟ ପ୍ରତିଯୋଗିତା ରେ ୧୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ବାଳକ ବାଳିକା ୧୯ ଠାରୁ ୨୫ ବର୍ଷ ପର୍ଯ୍ୟନ୍ତ ଯୁବକ ଓ ଯୁବତୀ ଏବଂ ୨୧ ବର୍ଷ ରୁ ଉର୍ଦ୍ଧ ମହିଳା ମାନେ ଅଂଶ ଗ୍ରହଣ କରିଛନ୍ତି । ଏଥିପାଇଁ ଟାଉନ ହଲ ଠାରେ ଆଶାୟୀମାନେ ନାମ ପଞ୍ଜିକରଣ କରିଥିଲେ । ଏହି କାର୍ଯକ୍ରମରେ ଅନୁଷ୍ଠାନର ସଭାପତି ଅରିଜିତ ଘୋଷାଲ୍, ଉପ ସଭାପତି ଶ୍ରୀନିବାସ  କାର୍ଯକାରୀ ସମ୍ପାଦକ ରଶ୍ମିତା ଦଳେଇ, ସତିଶ ଶତପଥି, ତପନ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମରେ ଅନୁଷ୍ଠାନର ସୌଦାମିନୀ ସାହୁ, ସଭ୍ୟ ଦୀପକ ବେହେରା, ଲିଙ୍ଗରାଜ ଆଚାରୀ, ଆନନ୍ଦ ମିଶ୍ର ଯୋଗ ଦେଇଥିଲେ। କାର୍ଯକ୍ରମରେ ବିଚାରକ ରୂପେ ଡ ସୁଚିତ୍ରା ହାଲଦାର, କରିଶ୍ମା ଖାନ, ଆୟିସା ପାତ୍ର, ସ୍ବିଟି ଲାୟକ୍ ଯୋଗ ଦେଇ ଥିଲେ । ଏହି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ନେଇ ମେଗା ଅଡିଶନ ଭୁବନେଶ୍ୱର ଠାରେ ଆୟୋଜିତ ହେବ ଓ ତାପରେ କୃତି ପ୍ରତିଯୋଗୀ ମାନଙ୍କୁ ରାଜ୍ୟସ୍ତରୀୟ ଗ୍ରାଣ୍ଡ ଫାଇନାଲରେ ପୁରସ୍କୃତ କରାଯିବ । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦, ୦୦୦ ଟଙ୍କା ସହ ମୁକୁଟ ପ୍ରଦାନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com