ଓଡ଼ିଶା

ବର୍ଷା ପାଇଁ ସୁରକ୍ଷିତ ରହିବାକୁ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର, ୨୦/୦୮/୨୦୨୨-   ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁଥିବାରୁ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ବାଲେଶ୍ବର, ଭଦ୍ରକ ଉପକୂଳରେ ଘଣ୍ଟାକୁ ୫୫ରୁ ୬୫କିମି ବେଗରେ ପବନ ବହିବ । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି ବାଲେଶ୍ବରରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଛି । ବାଲେଶ୍ବରରୁ ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତୀବ୍ର ଅବପାତ ଓଡ଼ିଶାରୁ ଅତିକ୍ରମ ନକରିବା ଯାଏ ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିବ । ସେହିପରି ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଶିକ୍ଷାନୁଷ୍ଠାନଗୁଡିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ସବୁ ସ୍ଥାନରେ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି । ଆବଶ୍ୟକ ପଡ଼ିଲେ ଅଧିକ ଓଡ୍ରାଫ, ଏନଡ଼ିଆରଏଫ, ଓ ଅଗ୍ନିଶମ ବାହିନୀଙ୍କୁ ପଠାଯିବ । ତଳିଆ ଅଞ୍ଚଳରୁ ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷାରେ ଭୟଭୀତ ନହୋଇ ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ସରକାର ପରାମର୍ଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com