ଓଡ଼ିଶା

ଖୋଲିବ ମୋକିମ୍‌ଙ୍କ ପୁରୁଣା ମାମଲାର ପେଡ଼ି, କୋର୍ଟ ଓ ଥାନାରୁ ରେକର୍ଡ ମାଗିଲେ ହାଇକୋର୍ଟ

ବାରବାଟୀକଟକ ବିଧାନସଭା ନିର୍ବାଚନ ମାମଲାରେ ବିଧାୟକ ମହମ୍ମଦ ମୋକିମ୍ଙ୍କ ବିରୋଧରେ ବିଭିନ୍ନ କୋର୍ଟ ଏବଂ ଥାନାରେ ଥିବା ମାମଲାର ପେଡ଼ି ଖୋଲିବାକୁ ଯାଉଛି ହାଇକୋର୍ଟ ଏହି ମର୍ମରେ ବିଭିନ୍ନ କୋର୍ଟ ଏବଂ ଥାନାରୁ ମୋକିମ୍ଙ୍କ ବିରୋଧରେ ଗଡ଼ି ଆସୁଥିବା ବିଭିନ୍ନ ମାମଲାର ସାର୍ଟିଫାଏଡ୍ରେକର୍ଡ ତଲବ କରିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଆଗତ ମିସ୍କେସ୍ଉପରେ ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ସଙ୍ଗମ କୁମାର ସାହୁ ଏହି ଆଦେଶ ଦେଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ମୋକିମ୍ଙ୍କ ବିରୋଧରେ ଯେଉଁ ମାମଲା ରହିଛି ଉକ୍ତ ମାମଲାର ଏଫ୍ଆଇଆର୍କପି ଏବଂ ଅର୍ଡର ସିଟ୍ ସାର୍ଟିଫାଏଡ୍କପି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କଟକ ଭିଜିଲାନ୍ସ ଅଦାଲତରୁ ମଧ୍ୟ ସମାନ ରେକର୍ଡ ତଲବ କରାଯାଇଛି ସେହିପରି କଟକ ସଦର ଏସ୍ଡିଜେଏମ୍ଙ୍କ ଅଦାଲତରେ ଯେଉଁସବୁ ମାମଲା ରହିଛି ସେସବୁର ରେକର୍ଡ଼ ମଧ୍ୟ ତଲବ କରାଯାଇଛି ସେହିପରି ବାଲିଅନ୍ତା ଥାନାରେ ବିଧାୟକ ମୋକିମ୍ଙ୍କ ବିରୋଧରେ ଯେଉଁ ମାମଲା ରହିଥିଲା ଉକ୍ତ ମାମଲାର ସମସ୍ତ ରେକର୍ଡ଼ପତ୍ର ଦାଖଲ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହ ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ୨୨ ତାରିଖକୁ ଧାର୍ଯ୍ୟ ହୋଇଛି ଏହି ମାମଲାରେ କଟକ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ବିଧାୟକ ମହମ୍ମଦ ମୋକିମ୍ଙ୍କ ନାମାଙ୍କନପତ୍ର, ଏଥିସହ ସେ ଦାଖଲ କରିଥିବା ସମସ୍ତ ସତ୍ୟପାଠ ଏବଂ ଚେକ୍ଲିଷ୍ଟ ଆଦିର ସମସ୍ତ ରେକର୍ଡ଼ପତ୍ର ଜଉମୁଦ ଲଫାପାରେ ଅଦାଲତରେ ଦାଖଲ କରିଥିଲେ ଏହି ରେକର୍ଡପତ୍ରକୁ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରେଜିଷ୍ଟ୍ରାର୍ଜଉମୁଦ ଲଫାପାରେ ରଖିବା ଲାଗି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com