ଓଡ଼ିଶା
ନିଜ ବନ୍ଧୁକରୁ ସିଆରପିଏଫ୍ ହାବିଲଦାରଙ୍କ ଆତ୍ମହତ୍ୟା
![](https://i0.wp.com/odia.mobilenews24x7.com/wp-content/uploads/2022/01/istockphoto-163927006-612x612-1.jpg?resize=612%2C408&ssl=1)
ନୂଆପଡ଼ା() ନିଜ ଏକେ ୪୭ରୁ ଗୁଳି କରି ଆତ୍ମହତ୍ୟା କଲେ CRPF ହାବିଲଦାର । ଏପରି ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଟ ସିଆରପିଏଫ୍ କ୍ୟାମ୍ପରେ ଘଟିଛି। ମୃତ ହାବିଲଦାରଜଣକ ହେଲେ ରାମ ପ୍ରତାପ । ତାଙ୍କ ଘର ହରିୟାଣାରେ । ଆଜି ସକାଳେ ରାମ ପ୍ରତାପ ଗାର୍ଡ ରୁମ୍ରେ ଡ୍ୟୁଟି କରୁଥିଲେ। ସେ ଗାର୍ଡ ରୁମ୍ରେ ଥିବା ଖଟରେ ବସି ସର୍ଭିସ ଏକେ-୪୭କୁ ନିଜ ବେକରେ ଲଗାଇ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ କୋମନା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ପୁଲିସ୍ ମୃତଦେହ ଜବତ କରି କୋମନା ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍ ତତନ୍ତ ଜାରି ରଖିଛି।