ଅନ୍ତର୍ଜାତୀୟ

ୟୁଏଇରେ ଡ୍ରୋନ୍‌ ଆକ୍ରମଣ; ୫ମୃତ, ୬ ଆହତ; ମୃତକଙ୍କ ମଧ୍ୟରେ ୨ ଭାରତୀୟ ନାଗରିକ

ଦୁବାଇ() ସଂଯୁକ୍ତ ଆରବ ଏମିରେଟ୍‌ସ ରାଜଧାନୀ ଆବୁଧାବିର ଏକ ପ୍ରମୁଖ ତୈଳ ସଂରକ୍ଷଣ ଗୋଦାମ ନିକଟରେ ଏକ ସନ୍ଦିଗ୍ଧ ଡ୍ରୋନ୍‌ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଭାରତୀୟ ନାଗରିକ ହୋଇଥିବା ବେଳେ ୩ ଜଣ ପାକିସ୍ତାନୀ ନାଗରିକ। ଡ୍ରୋନ୍‌ ଆକ୍ରମଣରେ ଏକ ପେଟ୍ରୋଲ ଟ୍ୟାଙ୍କରକୁ ଟାର୍ଗେଟ କରି ଉଡ଼ାଇ ଦେବା ଘଟଣାରେ ଏହି ଅଘଟଣ ଘଟିଛି। ଏହି ଆକ୍ରମଣ ଘଟଣାରେ ଅନ୍ୟ ଛଅ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ୟେମେନର ଇରାନ-ସଂଗଠିତ ହୁଥି ଆନ୍ଦୋଳନ କହିଛି ଯେ ଉପସାଗରୀୟ ରାଜ୍ୟର କର୍ତ୍ତୃପକ୍ଷ ରାଜଧାନୀ ଆବୁଧାବିରେ ଦୁଇଟି ଅଗ୍ନିକାଣ୍ଡ ଘଟିଥିବା ଖବର ପ୍ରକାଶ କରିବା ପରେ ଏହା ସଂଯୁକ୍ତ ଆରବ ଏମିରେଟ୍‌ସ ଉପରେ ଆକ୍ରମଣ କରିଛି। ଯାହା ସମ୍ଭବତଃ ଡ୍ରୋନ୍‌ ଦ୍ୱାରା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com