ଜାତୀୟ

ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେବା‌ ନେଇ ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ() ଆଗକୁ ଆସୁଛି ଗଣତନ୍ତ୍ର ଦିବସ। ଜାନୁଆରି ୨୩ରୁ ଏହାର ପାଳନ ହେବା ନେଇ ସରକାର ଘୋଷଣା କରିଥିବା ବେଳେ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦଳକୁ ଏକ ଚିନ୍ତାଜନକ ଖବର ମିଳିଛି। ଗଣତନ୍ତ୍ର ଦିବସରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ଗ୍ରହଣ କରିଛି।

ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ପାଞ୍ଚଟି ଦେଶ – କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ନେତାମାନେ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହେବାର ସମ୍ଭାବନା ଅଛି। ଏହାକୁ ଆଖି ଆଗରେ ରଖି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି। ପାକିସ୍ତାନ ବା ଆଫଗାନିସ୍ତାନ-ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଯୋଜନା କରୁଥିବା ବେଳେ ଜନଗହଳି ଥିବା ସ୍ଥାନକୁ ସେମାନେ ବାଛିଥିବା କହିଛି ଗୁଇନ୍ଦା ବିଭାଗ। ଡ୍ରୋନ ସାହାଯ୍ୟରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com