କ୍ରୀଡ଼ା

ଟେନିସକୁ ବାଏ ବାଏ କଲେ ସାନିଆ

ନୂଆଦିଲ୍ଳୀ() ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା ଟେନିସକୁ ଅଲବିଦା ଜଣାଇଛନ୍ତି । ଅଷ୍ଟ୍ରେଲିଆନ୍ ଓପନ ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ସାନିଆ ନିଜର ଅବସର ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆନ ଓପନ୍ ମହିଳା ଡବଲ୍ସ ମୁକାବିଲାରେ ସାନିଆ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଥିଲେ । ପ୍ରଥମ ରାଉଣ୍ଡର ପରାଜୟ ପରେ ମେଲବୋର୍ଣ୍ଣ ପାର୍କରେ ଅବସର ଘୋଷଣା କରିଛନ୍ତି ସାନିଆ ମିର୍ଜା । ୨୦୨୨ ତାଙ୍କର ଅନ୍ତିମ ସିଜିନ ହେବ । ଚଳିତ ସିଜିନ୍ ଶେଷ ସୁଦ୍ଧା ସେ ଅବସର ଗ୍ରହଣ କରିବେ ବୋଲି କହିଛନ୍ତି ସାନିଆ । ଏହା ସହିତ ଚଳିତ ସିଜିନ୍ ସେ ସମ୍ପୂଣ୍ଣର୍କ କରିପାରିବେ କି ନା ତାକୁ ନେଇ ସେ ନିଶ୍ଚିତ ନାହାନ୍ତି ବୋଲି ସାନିଆ ପ୍ରକାଶ କରିଛନ୍ତି ।

ଅଷ୍ଟ୍ରେଲିଆନ ଓପନ ପ୍ରଥମ ରାଉଣ୍ଡରେ ସାନିଆ ମିର୍ଜା ଓ ନାଡିଆ କିଚେନୋକଙ୍କ ଯୋଡି ୬-୪ ଓ ୭-୬(୭-୫) ସେଟରେ ପରାଜିତ ହୋଇଥିଲେ । କୋର୍ଟ-୫ରେ ଖେଳାଯାଉଥିବା ମୁକାବିଲାରେ କାଜା ଜୁଭାନ ଓ ଟାମାରା ଜିଡାନସେକଙ୍କ ଯୋଡି ଏକତରଫା ସେଟରେ ମୁକାବିଲା ଜିତି ନେଇଥିଲେ । ଅନ୍ୟତମ ଭାରତୀୟ ଖେଳାଳି ରୋହନ ବୋପାନ୍ନା ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଉଭୟ ବୋପାନ୍ନା ଏବଂ ସାନିଆ ବର୍ତ୍ତମାନ ମିକ୍ସଡ ଡବଲ୍ସ ମୁକାବିଲାରେ ଅବତୀର୍ଣ୍ଣ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com