ଓଡ଼ିଶା

ବେଆଇନ ୩ ବନ୍ଧୁକ ଜବତ, ୩ ଗିରଫ

ରିଆମାଳ() ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ରିଆମାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ ଦେଶୀ ବନ୍ଧୁକ ଜବତ କରାଯାଇଛି। ମଙ୍ଗଳବାର ରିଆମାଳ ପୁଲିସ ପକ୍ଷରୁ କଂସର ଫାଣ୍ଡି ଭୁତେଲଶଡୋ, ଅରଗେନ ଓ ଦୁମାପଥର ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଭୁତେଲଶଡୋ ଗ୍ରାମର ୩ ଜଣ ବେଆଇନ୍‌ ଭାବେ ବନ୍ଧୁକ ରଖିଥିବା ନେଇ ପୋଲିସ ଖବର ପାଇଥିଲା। ପରେ ପୋଲିସ ସେମାନଙ୍କ ଘରେ ଚଢ଼ାଉ କରିଥିଲା। ଏଥିରେ ତୁଳାରାମ ପ୍ରଧାନ, ସୁରଶ ବଳୁଆ ଓ ଲୋକନାଥ ବଳୁଆକୁ ଗିରଫ କରାଯାଇଥିଲା। ସମସ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ ଏହାର ତଦନ୍ତ ଚଳାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com