ଓଡ଼ିଶା
ବେଆଇନ ୩ ବନ୍ଧୁକ ଜବତ, ୩ ଗିରଫ
![](https://i0.wp.com/odia.mobilenews24x7.com/wp-content/uploads/2022/01/Capture-6.jpg?resize=640%2C427&ssl=1)
ରିଆମାଳ() ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ରିଆମାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ ଦେଶୀ ବନ୍ଧୁକ ଜବତ କରାଯାଇଛି। ମଙ୍ଗଳବାର ରିଆମାଳ ପୁଲିସ ପକ୍ଷରୁ କଂସର ଫାଣ୍ଡି ଭୁତେଲଶଡୋ, ଅରଗେନ ଓ ଦୁମାପଥର ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଭୁତେଲଶଡୋ ଗ୍ରାମର ୩ ଜଣ ବେଆଇନ୍ ଭାବେ ବନ୍ଧୁକ ରଖିଥିବା ନେଇ ପୋଲିସ ଖବର ପାଇଥିଲା। ପରେ ପୋଲିସ ସେମାନଙ୍କ ଘରେ ଚଢ଼ାଉ କରିଥିଲା। ଏଥିରେ ତୁଳାରାମ ପ୍ରଧାନ, ସୁରଶ ବଳୁଆ ଓ ଲୋକନାଥ ବଳୁଆକୁ ଗିରଫ କରାଯାଇଥିଲା। ସମସ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ ଏହାର ତଦନ୍ତ ଚଳାଇଛି।