Breaking NewsFeaturedରାଜନୀତି

ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ବିଦେଶରେ ରହି ମୋଦି ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏପଟେ ଜି-୨୦ ପାଇଁ ଭରତର ସଫଳ ଆୟୋଜନକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି । ସେପଟେ ରାହୁଲ କିନ୍ତୁ ବିଦେଶରେ ରହି ମୋଦି ସରକାରଙ୍କୁ ଗୋଟେ ପରେ ଗୋଟେ ପ୍ରସଙ୍ଗକୁ ନେଇ ଟାର୍ଗେଟ କରୁଛନ୍ତି । ୟୁରୋପ ଗସ୍ତରେ ଥିବା ରାହୁଲ ଦେଶର ନାମ ପରିବର୍ତ୍ତନ ଓ ହିନ୍ଦୁତ୍ୱ ଭଳି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ ଯେଉଁମାନେ କୌଣସି ଜିନିଷର ନାମ ବଦଳେଇବାକୁ ଚାହୁଁଛନ୍ତି ସେମାନେ ଇତିହାସକୁ ଅସ୍ୱୀକାର କରିବାକୁ ଚେଷ୍ଟା କରୁଛନ୍ତି । ଆମ ସମ୍ବିଧାନରେ ଲେଖାଅଛି ଇଣ୍ଡିଆ ଦ୍ୟାଟ ଇଜ ଭାରତ ।ଭାରତ ହେଉଛି ଏକ ରାଜ୍ୟ ସଂଘ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସବୁ ରାଜ୍ୟରେ ସଂପୃକ୍ତ ସମସ୍ତଙ୍କ ସ୍ୱର ଶୁଣାଯାଏ । ଏବଂ କୌଣସି ସ୍ୱରକୁ ଦମନ କରାଯାଏ ନାହିଁ କିମ୍ବା ଭୟଭିତ କରାଯାଏ ନାହିଁ ।
ବାଇଟ- ରାହୁଲ |

ସେହିପରେ ହିନ୍ଦୁତ୍ୱକୁ ନେଇ ରାହୁଲ କହିଛନ୍ତି ବିଜେପି ଓ ଆରଏସଏସର ହିନ୍ଦୁତ୍ୱ ସହିତ କୌଣସି ନେଣଦେଣ ନାହିଁ । କ୍ଷମତା ପାଇବା ପାଇଁ ସେମାନେ କିଛିବି କରିପାରନ୍ତି । ମୁଁ ଗୀତା ପଢିଛି, କେତେକ ଉପନିଷଦ ଏବଂ ଅନ୍ୟାନ୍ୟ ହିନ୍ଦୁ ପୁସ୍ତକ ମଧ୍ୟ ପଢିଛି । କିନ୍ତୁ ବିଜେପି ଯାହା କରୁଛି ସେଥିରେ ହନ୍ଦୁତ୍ୱ ବୋଲି କିଛି ନାହିଁ । ମୁଁ କେଉଁଠି କୌଣସି ହିନ୍ଦୁ ପୁସ୍ତକରେ ବା କୌଣସି ବିଦ୍ୱାନ ବ୍ୟକ୍ତିଙ୍କ ଠାରୁ ଶୁଣିନି ଆପଣ ସେହି ଲୋକଙ୍କୁ ଆତଙ୍କିତ କରିବା ଦରକାର ଓ କ୍ଷତିରେ ପହଞ୍ଚାଇବା ଦରକାର ଯେଉଁମାନେ ଆପଣଙ୍କଠାରୁ ଦୁର୍ବଳ ଅଛନ୍ତି । ବିଜେପି ଓ ଆରଏସଏସର ଯାହା କରିବାକୁ ଉଦ୍ୟମ କରୁଛନ୍ତି ମୋତେ ଲାଗୁଛି ତାର ମୁକାବିଲା କରାଯିବା ଜରୁରି ।

ଏଥିପାଇଁ ରାଜନୈତିକ କଳ୍ପନାଶକ୍ତିର ଆବଶ୍ୟକତା ଅଛି । ଏହା କରିବା ମଧ୍ୟ ବହୁତ ଜରୁରି । ବିଜେପି ଓ ଆରଏସଏସ ଛୋଟ ଜାତି, ଅନ୍ୟାନ୍ୟ ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସମୁଦାୟଙ୍କ ଅଭିବ୍ୟକ୍ତି øା ଭାଗିଦାରୀକୁ ଅଟକେଇବାକୁ ଉଦ୍ୟମ କରୁଛନ୍ତି । ଏହା ସେହି ଭାରତ ନୁହେଁ ଯାହା ମୁଁ ଚାହୁଁଥିଲି । ମୋତେ ଲାଗୁନି ଏଥିପାଇଁ ଯେଉଁ ରାଜନୈତିକ କଳ୍ପନା ଶକ୍ତିର ଆବଶ୍ୟକତା ଅଛି ତାହା ବର୍ତ୍ତମାନ ମହଜୁଦ ଅଛି । ଆମକୁ ସେହି ରାଜନୈତିକ କଳ୍ପନାଶକ୍ତିକୁ ବନେଇବାକୁ ହେବ ଯାହା ସମସ୍ୟାର ସମାଧାନ କରିବ ବୋଲି କହିଛନ୍ତି ରାହୁଲ । ଏହା ସହ ରାହୁଲ କହିଛନ୍ତି ଯେ ହିନ୍ଦୁ ଏକ ରାଷ୍ଟ୍ର ବାଦି ଶବ୍ଦ । ସେମାନେ ହିନ୍ଦୁ ରାଷ୍ଟ୍ରବାଦୀ ନୁହଁନ୍ତି । ସେମାନଙ୍କର ହିନ୍ଦ ଧର୍ମ ସହ କୌଣସି ନେଣ ଦେଣ ନାହିଁ ।
ବାଇଟ- ରାହୁଲ |

ରାହୁଲ ଗାନ୍ଧି ବର୍ତ୍ତମାନ ବିଦେଶ ଗସ୍ତରେ ଥିବା ବେଳେ ସେଠାରେ ରହି କେନ୍ଦ୍ରସରକାରଙ୍କୁ ନିଶାନା ବନେଇଛନ୍ତି । ପ୍ୟାରିସ ପରେ ଏବେ ରାହୁଲ ନେଦରଲ୍ୟାଣ୍ଡ ଗସ୍ତରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com