ଲକଡାଉନ୍ ଫର୍ମୁଲାକୁ ଆପଣେଇଲେ କେରଳ ସରକାର
![](https://i0.wp.com/odia.mobilenews24x7.com/wp-content/uploads/2022/01/9a936682d288be3f3fe28bcd64a8cfdb9b556de9e592e68f81882097310ec9f8.webp?resize=650%2C400&ssl=1)
ଥିରୁଅନନ୍ତପୁରମ() କେରଳରେ ତୃତୀୟ ଲହରକୁ ବ୍ରେକ୍ ଦେବାକୁ ରାଜ୍ୟ ସରକାର ଲକଡାଉନ୍ ଫର୍ମୁଲାକୁ ଆପଣେଇଛନ୍ତି। ସଂକ୍ରମଣ ବେଗକୁ ହ୍ରାସ କରିବା ପାଇଁ ଦୁଇଟି ରବିବାର ଲକଡାଉନ୍ ଘୋଷଣା କରାଯାଇଛି। ଜାନୁଆରୀ ୨୩ ଏବଂ ଜାନୁଆର ୩୦ ଦୁଇଟି ରବିବାର ତାଲାବନ୍ଦ ଘୋଷଣା କରାଯାଇଛି। ଏହି ଦିନ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି।
ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦୁଗ୍ଧ, ଖବରକାଗଜ, ମାଛ, ମାଂସ, ଫଳ ଏବଂ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସକାଳ ୭ଟାରୁ ଟାରୁ ଦିନ ୯ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି।
ସରକାରଙ୍କ ଏହି ନିୟମକୁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପାଳନ କରାଯାଇଛି। ଅଧିକାଶଂ ପ୍ରାଇଭେଟ ଯାନକୁ ପୁଲିସ ଅଟକାଇ ଦେଇଛି। କେବଳ ଜରୁରୀକାଳୀନ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯାଉଛି। ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିଥିଲା। ହୋଟେଲ ଏବଂ ମେଡିକାଲ ଷ୍ଟୋର୍ରେ କେବଳ ପାର୍ସଲ୍ ସେବା ଅନୁମତି ଦିଆଯାଇଛି।
ମିଡିଆ ହାଉସ୍ ଏବଂ ଟେଲିକମ୍-ଇଣ୍ଟରନେଟ୍ ସେବାକୁ ଅନୁମତି ଦିଆଯାଇଛି। କେରଳରେ ଶନିବାର ୪୫୧୩୬ଟି ନୂତନ ପଜିଟିଭ ମାମଲା ରିପୋର୍ଟ ହୋଇଛି। ଏଥିସହ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୫୫,୭୪,୭୦୨କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଗୁରୁବାର ୪୬,୩୮୭ଟି ମାମଲା ରେକର୍ଡ଼ ହୋଇଥିଲା।