ଜାତୀୟ

ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଟିକା ବାଧ୍ୟତାମୂଳକ, ଜାରି ହେଲା ଏହି ସବୁ ଗାଇଡଲାଇନ

ନୂଆଦିଲ୍ଲୀ() ଗଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ୍‌। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିବ।

ଏହି ନିୟମ ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ପାଇଁ ଲାଗୁ ହେବ। ଜାନୁଆରୀ ୨୬ରେ ରାଜପଥରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଯୋଗାଦେବାକୁ ଥିବା ଲୋକମାନେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ ବୋଲି ଗାଇଡଲାଇନରେ କଡ଼ାକଡ଼ି ଭାବେ କୁହାଯାଇଛି।

ଦିଲ୍ଲୀ ପୁଲିସ୍‌ କହିଛି ଯେ “ଆଣ୍ଟି କରୋନା ଭାଇରସ ଭ୍ୟାକସିନର ଉଭୟ ଡୋଜ୍‌ ନେବା ଜରୁରୀ। ଗଣତନ୍ତ୍ର ଦିବସକୁ ଆସୁଥିବା ଅତିଥିମାନେ ଦୟା କରି ନିଜ ସହ ଆସିବା ବେଳେ ଟିକାକରଣ ପ୍ରମାଣପତ୍ର ଆଣିବେ। ୧୫ ବର୍ଷରୁ କମ ବୟସ୍କ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ।”

Related Articles

Back to top button
WP Twitter Auto Publish Powered By : XYZScripts.com