ଜାତୀୟ

ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ : କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୂରୁ : ବ୍ୟକ୍ତିଗତ ଜୀବନରେ ଜଣେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ସମାଜ ପକ୍ଷରୁ କୌଣସି ବାଧା ଦିଆଯାଇ ପାରିବ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ବିଚାରପତି ବି.ବୀରପ୍ପା ଏବଂ କେ.ଏସ୍‌.ହେବାଲେଖାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜଣେ ବ୍ୟକ୍ତି ନିଜ ପସନ୍ଦର ଜୀବନ ସାଥି ଚୟନ କରିପାରିବେ। ଏଥିରେ ତାଙ୍କୁ କେହି ବାଧା ଦେଇ ପାରିବେ ନାହିଁ। ଏହି ମାମଲାରେ ୧୯ ବର୍ଷ ବୟସ୍କା ଯୁବତୀଙ୍କ ପିତା ଅଭିଯୋଗ କରିଥିଲେ ଯେ, ତାଙ୍କ ଝିଅ ଘରୁ ଲୁଚି ପଳାଇ ଯାଇ ପରେ ସେ ଭଲ ପାଉଥିବା ଜଣେ ବ୍ୟକ୍ତିଙ୍କ ସହ ବିବାହ କରିଛନ୍ତି। ବିବାହ ସମୟରେ ତାଙ୍କୁ କୌଣସି ସୂଚନା ମଧ୍ୟ ପ୍ରଦାନ କରାଯାଇ ନଥିବା ସେ ଅଭିଯୋଗ କରିଥିଲେ। ତେବେ କୋର୍ଟରେ ଉପସ୍ଥିତ ଥିବା ବିବାହିତା ଝିଅ ଏବଂ ତାଙ୍କ ସ୍ବାମୀ ଏକ ସୁଖମୟ ବୈବାହିକ ଜୀବନ ବିତାଉଥିବା ସୂଚନା ଦେଇଥିଲେ। ଖଣ୍ଡପୀଠ କହିଥିଲେ ଯେ, ନିଜ ନିଜ ଜୀବନ ସାଥୀ ଚୟନ କରିବାର ଅଧିକାର ସେମାନଙ୍କର ରହିଛି। ସନ୍ତାନ ମାନଙ୍କର ମଙ୍ଗଳ ଚିନ୍ତା କରିବା ମାତାପିତାଙ୍କର ଦାୟିତ୍ୱ ବୋଲି ଖଣ୍ଡପୀଠ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com